Header ADS

ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ହତ୍ୟା ଧମକ ଦେବା ପଡିଲା ମହଙ୍ଗା, ଯୁବକ ବାନ୍ଧିଲା ପୁଲିସ


 କେନ୍ଦୁଝର, ୩୦/୦୭ (ଓଡ଼ିଶା ଆଦର୍ଶ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡ଼ିଆରେ ଅଶାଳୀନ ବ୍ୟବହାର ଓ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଛି । ଯୁବମୋର୍ଚ୍ଚା ପକ୍ଷରୁ ଏତଲା ଦେବାର ୧୦ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଜନତାଙ୍କୁ ସିଧାସଳଖ ଭେଟିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି ।

ଜଣେ ଆଦିବାସୀ ନେତା ଭାବରେ ସେ କେନ୍ଦୁଝରର ଚାରି ଥର ବିଧାୟକ ହୋଇଛନ୍ତି । ଓଡ଼ିଶାବାସୀ ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବେଶ୍ ଖୁସି ଥିବାବେଳେ କିଛି ଅସାମାଜିକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଦେଖିବାକୁ ମିଳୁଛି । କିଏ ମୁଖ୍ୟମନ୍ତ୍ରୀଙ୍କ ଜାତିକୁ ନେଇ କଥା କହୁଛି ତ କିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କଟାକ୍ଷ କରୁଛି । ମିଷ୍ଟର ବେବଫା ଆଇଡିରେ ଜଣେ ଯୁବକ ଇନଷ୍ଟଗ୍ରାମ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଜାତିଆଣ ଆକ୍ଷେପ କରି ଜୀବନରେ ମାରି ଦେବାର ଭିଡ଼ିଓ କରି ଖୋଲା ଧମକ ଦେବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।



ଏହାକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିବା ସହିତ ସାଇବର ଥାନାରେ ଉକ୍ତ ଯୁବକ ନାମରେ ଲିଖିତ ଏତଲା ଦେଇଥିଲେ । ଅଭିଯୋଗ ପାଇବା ମାତ୍ରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କ ଯାଜପୁର ଜିଲ୍ଲାର । ତଦନ୍ତରେ ବାଧା ଆଶଙ୍କା ରହିଥିବାରୁ ଅଭିଯୁକ୍ତର ପରିଚୟ ଗୋପନ ରଖାଯାଇଥିବା ଏସ୍ପି ନିତୀନ କୁଶଲକର କହିଛନ୍ତି।

Post a Comment

Previous Post Next Post
Header ADS