ନୀଳଗିରି,୨୫/୭ (ଓଡ଼ିଶା ଆଦର୍ଶ) ସ୍କଟି କୁ ଧକ୍କା ଦେଲା ବାଇକ୍, ଜଣେ ଗୁରୁତର ଦୁଇ ଆହାତ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିଦା ପଞ୍ଚାୟତ ପୋଡ଼ାଶୂଳ ଛକ ନିକଟରେ ସଜନାଗଡ ପଟୁ ନୀଳଗିରି ଅଭୀମୁଖେ ଦୃତ ଗତିରେ ଏକ ବଜାଜ ପୋଲସର ବାଇକ୍( ଯାହାର ନମ୍ବର OD 01AB 3613) ଟି ଆସି ଜଗନ୍ନାଥପୁର ଗ୍ରାମର ସୁଶାନ୍ତ କୁମାର ପୃଷ୍ଟି ଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଫଳରେ ସ୍କୁଟି ରେ ଥିବା ସୁଶାନ୍ତ ଗୁରୁତର ଆହତ ହୋଇଥିବା ବେଳେ ସ୍କୁଟିରେ ବସିଥିବା ସଂପର୍କୀୟ ନାବାଳିକା ମଧ୍ୟ ଆହତ ହୋଇଛନ୍ତି। ତେବେ ବଜାଜ ପୋଲସର ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି।ନିଶା ପାନ କରି ବାଇକ୍ ଚଳାଉଥିବାରୁ ଏଇଭୋଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ତେବେ ସମସ୍ତ ଗୁରୁତର ଙ୍କୁ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ନୀଳଗିରି ପୋଲିସ୍ ଘଟଣାର ତଦନ୍ତ କରୁଛି।
إرسال تعليق