Header ADS

ବିଦ୍ୟାଳୟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ଘଟିଛି ଏହି ଅଘଟଣ

 


ନୀଳଗିରି,୨୫/୭ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଚତର ଠାରେ ଥିବା ଉମାଅର୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ। ସ୍ମାର୍ଟ କ୍ଲାସ ରୁମରେ ଘଟିଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ସିସିଟିଭି ସହ, ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଥିବା ସୂଚନା। କ୍ଳାସ କୁ ଲାଗି ଛାତ୍ରୀ ଅନ୍ତେବାସୀ ଙ୍କ ରୁମ ରହିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ଛାତ୍ରୀ ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଗ୍ରାମବାସୀ ଙ୍କ ଦ୍ଵାରା ଆୟତ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ସମ୍ପୂର୍ଣ ଆୟତ କରିଛନ୍ତି।

Post a Comment

أحدث أقدم
Header ADS