Header ADS

ଆକ୍ସନ ମୁଡ୍ ରେ ବାଲିଗୁଡା ଉପ ଜିଲ୍ଲାପାଳ ।

 


ବାଲିଗୁଡା, ୩୧/୭ (ସନ୍ଦିପ କୁମାର ନାୟକ) ଆକ୍ସନ ମୁଡ୍ ରେ ଉପ ଜିଲ୍ଲାପାଳ ଡ଼ଃ ରିନା ପ୍ରଧାନ । ସହରରେ ଉପଯୁଥିବା ବିଭିନ୍ନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ପୂର୍ବ ନୋଟିସ୍ ପ୍ରକାରେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ଡ୍ରେନ ଉପରେ ବିଭିନ୍ନ ସାମଗ୍ରି ରଖି ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଉଚ୍ଛେଦ କରିବା ସହିତ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଥିବା ଦେଖିବାକୁ ମିଳିଛି।

 ସୂଚନା ଥାଉ କି କନ୍ଧମାଳ ଜିଲ୍ଲାର ବାଲିଗୁଡା ବଜାର ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ଉପୁଜୁ ଥିବା ନେଇ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ନିଆଯାଇଛି। ସହରର ମୁଖ୍ୟ ରାସ୍ତା ରଉଭୟ ପାର୍ଶରେ ଡ୍ରେନ ଉପରେ ଜବର ଦଖଲ କରିଥିବା ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ଙ୍କୁ ଏନ.ଏ. ସି ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ବାଲିଗୁଡା ସହରରେ ବାରମ୍ବାର ଦୁର୍ଘଟଣା ଓ ଜନ ଗୋହଳି କୁ ଦୃଷ୍ଟିରେ ରଖି ଏନ. ଏ. ସି ପ୍ରଶାସନ ଡ୍ରେନ ଉପରେ ଜବର ଦଖଲ ହଟେଇବାକୁ ସୂଚନା ଦିଆଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟସିମା ମଧ୍ୟରେ କିଛି ଦୋକାନୀ ଡ୍ରେନ ଉପରୁ ଜବର ଦଖଲ ହଟାଇଥିବା ବେଳେ ବହୁତ ଦୋକାନୀ ଏହାର ଉଲଂଘନ କରିଥିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରିବା ସହିତ ଅମାନିଆଙ୍କୁ ତାଗିଦ୍ କରିଥିବା ଦେଖିବାକୁ ମିଳିଛି।


Post a Comment

أحدث أقدم
Header ADS