Header ADS

ସ୍ନୋ ୱାର୍ଲଡ ଚିଙ୍ଗୁଡ଼ି କମ୍ପାନୀ ମାଡ଼ି ବସିଛି ଗୋଚର ଜମି। ଜବର ଦଖଲ ହଟିବ କେବେ - ଗ୍ରାମବାସୀ ।

 


ବାଲେଶ୍ଵର,୩୧/୭ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଗଡିଆମାଳ ବାହାଳ ଠାରେ ସ୍ନୱାର୍ଲ୍ଡ ନାମକ ଏକ ଚିଙ୍ଗୁଡ଼ି ପ୍ରସେସିଂ କମ୍ପାନୀ ଗଢିଉଠିଛି। ଉକ୍ତ କମ୍ପାନୀ ଟି ମୋଟ ୨୩ ଏକରରୁ ଊର୍ଦ୍ଧ୍ୱ ଗୋଚର ଜମିରୁ ୧୨ ଏକର ଗୋଚର ଜମିକୁ ଜବରଦଖଲ କରିଥିବା ଜଣାପଡିଛି। ଏ ସମ୍ବନ୍ଧରେ ବାରମ୍ବାର ବହୁ ଗ୍ରାମବାସୀ ଅଭିଯୋଗ କରୁଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡିଛି। ଏନେଇ ଶତାଧିକ ଗ୍ରାମବାସୀ ରେମୁଣା ତହସିଲଦାରଙ୍କୁ ଭେଟି ଉକ୍ତ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଗତ ୧୫ ତାରିଖ ନୂଆଗାଁ ଆଞ୍ଚଳିକ ଉନ୍ନୟନ ପରିଷଦ ର ସଭାପତି ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଉକ୍ତ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଜବରଦଖଲ ଉଚ୍ଛେଦ କରିବାକୁ ଅନୁରୋଧ କରିଛନ୍ତି। ଉକ୍ତ କମ୍ପାନୀ ବିରୋଧରେ ଲିଖିତ ଦାବି ଗ୍ରହଣ କରିବା ପରେ ରେମୁଣା ତହସିଲଦାର ଙ୍କୁ ଚିଠି ମଧ୍ୟମରେ ଜବରଦଖଲ ଉଛେଦ ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ମାତ୍ର ଉକ୍ତ ଚିଙ୍ଗୁଡ଼ି କମ୍ପାନୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମର ଶତାଧିକ ଗ୍ରାମବାସୀ ପୁଣି ଥରେ ରେମୁଣା ତହସିଲଦାର ଅନୁପ କୁମାର ବେହେରାଙ୍କୁ ଭେଟି ଦାବି ଜଣାଇଥିଲେ ଏବଂ ତହସିଲଦାର ଶ୍ରୀ ବେହେରା ତୁରନ୍ତ ଉକ୍ତ ଚିଙ୍ଗୁଡ଼ି କମ୍ପାନୀ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ନେ଼ଇ ପ୍ରତିଶ୍ରୁତି ଦେଇଥିଲେ। ତେବେ ଉକ୍ତ ଚିଙ୍ଗୁଡ଼ି କମ୍ପାନୀ ବିରୋଧରେ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ସ୍ଥାନୀୟ ସରପଞ୍ଚ ସୁବ୍ରତ ଦାସ, ନାଏବ ସରପଞ୍ଚ ସୁମିତ୍ରା ପଣ୍ଡା, ସମିତିସଭ୍ୟ କାର୍ତିକେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣୀ ବାରିକ, ଆଞ୍ଚଳିକ ବିକାଶ ପରିଷଦ ସମ୍ପାଦକ ପ୍ରିୟବ୍ରତ ରାଉତ୍, ସହ ସମ୍ପାଦକ ରାଜୀବ ରଞ୍ଜନ ବାରିକ,ଉପସଭାପତି ଚିତ୍ତରଞ୍ଜନ ଜେନା, କୋଷାଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା, ଉଥୁଳୀ ଗ୍ରାମ କମିଟି ସମ୍ପାଦକ କରୁଣାକର ମହାପାତ୍ର , ପୁର୍ବତନ ସରପଞ୍ଚ ରବି ରାଉତ୍ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।


ତେବେ ଏନେଇ ରେମୁଣା ତହସିଲଦାର ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ସ୍ନୋ ୱାଲର୍ଲ୍ଡ ଚିଙ୍ଗୁଡ଼ି କମ୍ପାନୀ ମାଲିକଙ୍କୁ ଆସନ୍ତା ଗୋଟେ ସପ୍ତାହ ମଧ୍ୟରେ କମ୍ପାନୀର ସମସ୍ତ କାଗଜପତ୍ର ଦେଖାଇବାକୁ କୁହାଯାଇଛି। ଉକ୍ତ କମ୍ପାନୀ କାଗଜପତ୍ର ଦେଖାଇନପାରିଲେ ଗୋଟେ ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ହେବା ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Post a Comment

أحدث أقدم
Header ADS