Header ADS

ପାୱାର ଗଲାପରେ ଅଚଳ ହେଉଛି ଟାୱାର । ହନ୍ତସନ୍ତ ହେଉଛନ୍ତି ଉପଭକ୍ତା।

 


ନୀଳଗିରି,୩୧/୭ (ଓଡ଼ିଶା ଆଦର୍ଶ): ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ଅଛି ସେଲ ଫୋନ୍ ଆଉ ଏହି ସେଲ ଫୋନ୍ ଟି ଏକ ସିମ୍ କାର୍ଡ ଦ୍ଵାରା କାର୍ଯ୍ୟକ୍ଷମ ହୋଇଥାଏ। ଉପଭକ୍ତା ମାନେ ନିଜ ପସନ୍ଦର ନେଟୱାର୍କ ବାଛି ସେଲ ଫୋନ୍ ରେ ସିମ୍ କାର୍ଡ ପକାଇଥାନ୍ତି ଆଉ ମାସକୁ ମାସ ମୋଟା ଅଙ୍କର ଦେୟ ମଧ୍ୟ ଦେଇଥାନ୍ତି। ହେଲେ ମାସକୁ ଦେଉଥିବା ଅର୍ଥ ଏବେ ପାଣିରେ ପଡ଼ିବା ସାର ହେଉଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ରେ ବିଭିନ୍ନ ଜାଗାରେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଉପଭକ୍ତାଙ୍କ ପାଇଁ ଟାୱାର ବସାଜାଇଛି ହେଲେ ଟାୱାର କୁ ପାୱାର ନ ଗଲେ ଅକ୍ଷମ ହେଉଛି ଟାୱାର ର ସିଗ୍ନାଲ। ଯାହା ଫଳରେ ଉପଭକ୍ତାଙ୍କ ସେଲ ଫୋନ୍ ରେ ସିଗ୍ନାଲ ରହୁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଉପଭକ୍ତା ନା କହାକୁ କଲ କରିପାରୁଛନ୍ତି ନା କାହାଠାରୁ କଲ ଆସିପାରୁଛି।

 ନୀଳଗିରି ଅଞ୍ଚଳର ସଜନାଗଡ , କୁସୂମିଆ, ତେଣ୍ଡା, ଭାଲୁକାସୁଣି ,ଜାମୁଡିହା, ଜଡ଼ିଦା, ବାଉଁଶନାଳ, ପୋଡାଶୁଳ, ମାଲ୍ୟାଣି, ସିଆଡିମାଳ ଆଦି ଗାଁ ଗୁଡିକରେ ବିଜୁଳି ଗଲାପରେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ସିଗ୍ନାଲ ରହୁ ନଥିବାରୁ ଉପଭକ୍ତା ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବିଦ୍ୟାଳୟରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଅନଲାଇନ ପାଠ ପଢିବା ପାଇଁ ସେଲ ଫୋନ୍ ବ୍ୟବହାର କରୁଥିବା ବେଳେ ଟାୱାର ରେ ପାୱାର ନ ରହିଲେ ଇଣ୍ଟରନେଟ ସେବା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଦୀର୍ଘ ବର୍ଷ ହେବ ଲାଗି ରହିଛି ଏହି ସମସ୍ୟା। ନା କେହି ଶୁଣୁଛନ୍ତି ନା କେହି ସମସ୍ୟାର ସମାଧାନ କରୁଛନ୍ତି, ଅସୁବିଧା ଭଗୁଛନ୍ତି ସଧାରଣ ଉପଭକ୍ତା।

ତେବେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ଅଧିକାରି ଉପରୋକ୍ତ ଗ୍ରାମ ଗୁଡିକରେ ଟାୱାର ରେ ପାୱାର ବ୍ୟବସ୍ଥା ଠିକ୍ କରି ସିଗ୍ନାଲ ଷ୍ଟ୍ରଙ୍ଗ କରାଇଲେ ଉପଭକ୍ତା ମାନେ ଉପକାର ପାଇପାରିବେ ନଚେତ୍ ଆଗାମୀ ଦିନରେ BSNL ସିମ୍ କାର୍ଡ ଖୋଲି ଫପାଡ଼ିବା ସହ ଅନ୍ୟ କମ୍ପାନୀ ର ସିମ କାର୍ଡ ବ୍ୟବହାର କରିବା ନେଇ ଚେତାବନୀ ଦେଇଛନ୍ତି ଉପଭକ୍ତା।

Post a Comment

أحدث أقدم
Header ADS