ଭୁବନେଶ୍ୱର ୨୫/୭ (ଓଡ଼ିଶା ଆଦର୍ଶ) ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ମୃତ ସାମ୍ବାଦିକା ମଧୁସ୍ମିତା ପରିଡ଼ାଙ୍କ ପରିବାରଲୋକେ ଆଣିଲେ ହତ୍ୟା କରାଯାଇଥିବା ଅଭିଯୋଗ ।
ମଧୁସ୍ମିତାଙ୍କ ସ୍ୱାମୀ ଓ ତାଙ୍କ ଭାଇ ଏପରି କରିଥିବା ସନ୍ଦେହ କରିଛନ୍ତି ପରିବାର। ସ୍ୱୀମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା ।
ଏପରିକି ଦୁଇ ଦିନ ତଳେ ଫିନାଇଲ୍ ପି’ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧୁସ୍ମିତା। ତେଣୁ ଯୋଜନାବଦ୍ଧ ଭାବେ ଗତକାଲି ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଓ ଭଉଣୀ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମିଳିଛି । ସେପଟେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା । ଅପରପକ୍ଷେ ମୃତ୍ୟୁ ପୂର୍ବରୁ ସଂପୃକ୍ତ ସାମ୍ବାଦିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି ।ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ମହିଳା ସାମ୍ବାଦିକ ଜଣକ କହୁଛନ୍ତି ।ଉକ୍ତ ସାମ୍ବାଦିକା ଭୁବନେଶ୍ୱର ବାପୁଜୀନଗର ଅଂଚଳରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ଜଣାପଡିଛି । ତେବେ ଦାମ୍ପତ୍ୟ କଳିରୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।
إرسال تعليق