Header ADS

ପାଞ୍ଚ ଲିଙ୍ଗକୁ ସ୍ପର୍ଶ କଲେ ହଜାର ହଜାର କାଉଁଡିଆ ଭକ୍ତ, ଗେରୁଆମୟ ହେଲା ବାବା ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ

 


ନୀଳଗିରି,୨୯/୭ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ର ଦେବଗିରି ପର୍ବତ ମାଳା ମଧ୍ଯ ଭାଗରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ଵର। ଶ୍ରାବଣ ମାସ ଦିତୀୟ ସୋମବାର ରେ ଚଳଚଞ୍ଚଳ ହୋଇଯାଇଛି ଉତ୍ତର ଓଡିଶାର ଏହି ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ଵର  ପୀଠ। ଗେରୁଆ ମୟ ହୋଇଯାଇଛି ସମଗ୍ର ପୀଠ, ବୋଲବମ୍ ହର ହର ବମ ରେ ପ୍ରକମ୍ପିତ ବାବା ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ ।

ଶ୍ରାବଣ ମାସର ଏହି ଦିତୀୟ ସୋମବାର ରେ ବାବା ପଞ୍ଚଲିଙ୍ଗେଶ୍ଵର ଙ୍କୁ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆ ଭକ୍ତ। ବହୁ ଦୂର ଦୁରନ୍ତରୁ ଶିବ ଭକ୍ତ ମାନେ ରବିବାର ଅପରାହ୍ନରେ ବାଲେଶ୍ଵର ଜିଲ୍ଲାର ବାଲିଘାଟ ଏବଂ ସୋନ ନଦୀରୁ ଜଳ ଆଣି ଆଜି ସକାଳୁ ସକାଳୁ ବାବା ପଞ୍ଚଲିଙ୍ଗେଶ୍ଵର ଙ୍କ ଠାରେ ଜଳାଭିଷେକ କରିବା ସହିତ ପାଞ୍ଚ ଲିଙ୍ଗକୁ ସ୍ପର୍ଶ କରିଛନ୍ତି କାଉଁଡିଆ ଭକ୍ତ। 

ବିଶ୍ଵାସ ରହିଛି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ରେ ବାବା ପଞ୍ଚଲିଙ୍ଗେଶ୍ଵର ଙ୍କୁ ଜଳାଭିଷେକ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ପ୍ରତି ବର୍ଷ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟରୁ ମଧ୍ୟ ବୋଲବମ୍ ଭକ୍ତ ମାନେ ବାବା ପଞ୍ଚଲିଙ୍ଗେଶ୍ଵର ଙ୍କ ଠାରେ ଜଳାଭିଷେକ କରିବା ପାଇଁ ଆସିଥାନ୍ତି।ତେବେ ଚଳିତ ବର୍ଷ ଶ୍ରାବଣ ସୋମବାର ରେ ପଞ୍ଚଲିଙ୍ଗେଶ୍ଵର ମନ୍ଦୀର କମିଟି ତରଫରୁ କାଉଁଡିଆ ଭକ୍ତଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS