ବାଲେଶ୍ଵର,୨୯/୭ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଆଜି ସକାଳୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବାରୁ ଡ୍ରାଇଭର ସମେତ ୧୫ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ଵର ଅଭିମୁଖେ ନୁପୁର ନାମକ ଘରେ଼ଇ ବସ ଯାଉଥିବା ବେଳେ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ବସ ର ଆଗ ଚକ ଫାଟି ଯାଇଥିଲା ଫଳରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ବସରେ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି।
ତେବେ ବସ ର ସାମ୍ନା ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଡ୍ରାଇଭର ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନା କୁ ପଠାଇଥିଲେ। ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Post a Comment