Header ADS

ଛେଳିକୁ ଗିଳିଲା ଅଜଗର

 


ନୀଳଗିରି,୨୭/୭ (ଓଡ଼ିଶା ଆଦର୍ଶ) ସ୍ୱର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶ ତଥା ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ଘାଟଘରସାହିସ୍ଥିତ ଅଳେଇଚଣ୍ଡୀ ମନ୍ଦିର ନିକଟରେ ଥିବା ବନ୍ଧ ଉପରେ ଗୋଟିଏ ୧୨ଫୁଟିଆ ଅଜଗର ସାପକୁ ସ୍ଥାନୀୟଲୋକେ ଧରିଥିବା ଜଣାପଡ଼ିଛି। ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ପାହାଡ଼ରୁ ବସ୍ତି ଅଞ୍ଚଳକୁ ଯାଉଥିଲା । ସେଠାରେ ଚରୁଥିବା ଗୋଟିଏ ଛେଳିକୁ ଏହି ସାପଟି ଗିଳି ଦେଇଥିଲା । ସ୍ଥାନୀୟଲୋକେ ଏହା ଜାଣିବା ପରେ ସାପଟିକୁ ଧରିଥିଲେ । ଖବରପାଇ ସାପଧରାଳି ବିରଜା ଶଙ୍କର ବେହେରା, ଦିଲୀପ ପାତ୍ର ପ୍ରମୁଖ ସେଠାରେ ପହଞ୍ଚି କୌଶଳକ୍ରମେ ଛେଳିକୁ ବଞ୍ଚାଇବା ସହିତ ଉକ୍ତ ବିରାଟକାୟ ସାପକୁ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛାଡ଼ିଛନ୍ତି । ତେବେ ଛେଳିଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

Post a Comment

أحدث أقدم
Header ADS