Header ADS

୭୮ ତମ ନୀଳଗିରି ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 


ନୀଳଗିରି,୩୧/୭ ( ଓଡ଼ିଶା ଆଦର୍ଶ )  ଆଜି ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ୭୮ ତମ  ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମନ୍ଦରଧର ମହାଳିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସ,ତହସିଲଦାର ଶ୍ରୀମତୀ ଦିପ୍ତିମୟି ବେହେରା, ବିଡ଼ିଓ ଶ୍ରୀଯୁକ୍ତ ରାହୁଲ ମଣ୍ଡଳ, ଏସ ଡି ପି ଓ ଶ୍ରୀଯୁକ୍ତ ସରୋଜ କୁମାର ଉପାଧ୍ୟାୟ, ଆଇ ଟି ଡି ଏ ନିର୍ଦ୍ଦେଶକ ଶ୍ରୀଯୁକ୍ତ କାଲୁ ସରେନ ପ୍ରମୁଖ ମଞ୍ଚାସିନ ଥିବା ବେଳେ ନୀଳଗିରି ସୂଚନା ଓ ଲୋକସମ୍ପର୍କ ଅଧିକାର ଗୋବର୍ଦ୍ଧନ ବିଶ୍ଵାଳ ଉପସ୍ଥିତ ରହି ବିଗତ ବର୍ଷର ବିବରଣୀ ପାଠ କରିବା ସହିତ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କୁ ଶୁଭେଛା ଜଣାଇଥିଲେ।

ଏହି ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ମନ୍ଦରଧର ମହାଳିକ ଉପସ୍ଥିତ ସଦସ୍ୟ,ସଦସ୍ୟା ଏବଂ ବିଭିନ୍ନ ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କୁ ନ୍ୟସ୍ତ କାର୍ଯ୍ୟଭାର ସୂଚାରୁ ରୂପେ ସଂପାଦନ ପାଇଁ ସହଯୋଗ କାମନା କରିଥିଲେ। ବିଗତ ବର୍ଷର ବିବରଣୀକୁ ଦୃଷ୍ଟିରେ ଚଳିତ ବର୍ଷ ମଧ୍ୟ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟୁଷରେ ରାମଧୁନି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ପ୍ରଭାତ ଫେରି , ସରକାରି ବେସରକାରି ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ (ସକାଳ ଘ ୭.୦୦ ରୁ ୭.୩୦ ମିନିଟ ମଧ୍ୟରେ) ,  (ଆନୁଷ୍ଠାନିକ ଜାତିୟ ପତାକା ଉତ୍ତୋଳନ ଘ ୯.୧୫ ମିନିଟ ସମୟରେ )ଅଭ୍ୟାସ ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ, ୪ଗୋଟି ସ୍ତରରେ ବିଦ୍ୟାଳୟ,ମହାବିଦ୍ୟାଳୟରେ ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ, କୁଇଜ୍, ତର୍କ ବକ୍ତୃତା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା , ଶ୍ରେଷ୍ଠ କୁଶଳ ଶିକ୍ଷକ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ପୁରସ୍କୃତ କରିବା , ସର୍ବୋଚ୍ଚ ନମ୍ବର ରଖିଥିବା ୨୦୨୩-୨୪ ବାର୍ଷିକ ହାଇ ସ୍କୁଲ,+୨,+୩ ପରୀକ୍ଷାରେ ବାଳକ ବାଳିକା ଙ୍କୁ ପୁରସ୍କୃତ, ଆଦିବାସୀ ବାଳକ ବାଳିକା ମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ୱର୍ ରଖିଥିବା କୃତି ମେଧାବୀଙ୍କୁ ପିଏ ଆଇ ଟି ଡି ଏ ତରଫରୁ ପୁରସ୍କୃତ କରାଯିବା, ପ୍ୟାରେଡ ରେ ସିଭିଲିଆନ ନନ୍ ସିଭିଲିଆନଦଳକୁ ଟ୍ରଫି , ସିଲ୍ଡ ଦେଇ ପୁରସ୍କୃତ କରାଯିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତନଙ୍କ ମତାମତ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଆଇନଜିବି, ଲୋକ ପ୍ରତିନିଧି, ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା, ସଂଗଠନ ର କର୍ମକର୍ତ୍ତା ,ବିଦ୍ୟାଳୟ ମହାବିଦ୍ୟାଳୟ ର କର୍ମକର୍ତ୍ତା ଙ୍କ ସମେତ ଗଣ ମଧ୍ୟମର ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ଶେଷରେ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS