ବାଲିଗୁଡା , ୧/୮ (ସନ୍ଦିପ କୁମାର ନାୟକ) କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲା ପ୍ରଶାସନର ସହାୟତାରେ ନିଜ ପରିବାରକୁ ଫେରିଲା ଦାଦନ ଶ୍ରମିକ ବିଜନ ଚନ୍ଦ୍ର ମଲ୍ଲିକ ଙ୍କ ମର ଶରୀର।ନିଜ ପରିବାରକୁ ପ୍ରତିପୋଷଣ କରିବାକୁ ରାଜ୍ୟ ବାହାରି କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଥିବା ବେଳେ ଦାଦନ ଶ୍ରମିକର ମୃତ୍ୟୁ ଖବର ଆସି ପହଞ୍ଚିଛି ନିଜ ପରିବାରକୁ। ବିଜନ ଚନ୍ଦ୍ର ମଲ୍ଲିକ ବୟସ ୪୨ ବର୍ଷ ଗ୍ରାମ କୁର୍ତ୍ତମଗଡ ହେଲେ ବହୁତ ବର୍ଷ ହେବ ସେ ବାରଖମା ରେ ବସବାସ କରୁଥିଲେ।
ପରିବାର କହିଲେ ସ୍ବାମୀ ସ୍ତ୍ରୀ ପୁଣି ବିଧବା ମାଆ ସହ ଦୁଇ ପୁଅ। ନିଜ ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ ନିଜ ପରିବାର ଛାଡ଼ି କେରଳ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ। ମାତ୍ର ୨୦/୨୫ ଦିନ ହେବ ସେ କେରଳ ଯାଇ କାମକରୁଥିଲେ ହେଲେ ଦେହ ଖରାପ ହେବାରୁ ମେଡିକାଲ ଯାଇ ଚିକିତ୍ସିତ ହେଉଥିଲେ, ଚିକିତ୍ସିତ ଅବସ୍ଥାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଶରୀର କୁ ନିଜ ବାସ ଭବନ କୁ ଆଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ପୁଣି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ନିବେଦନ କରିଥିଲେ ପରିବାର ଲୋକେ। ପରିବାରର ନିବେଦନ ରକ୍ଷା କରି ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ସାଂସଦ ମର ଶରୀରକୁ ନିଜ ପରିବାରକୁ ଆଣିବାରେ ସାହାଯ୍ୟ କରିଛନ୍ତି।କେରଳରୁ ବିମାନ ଯୋଗେ ଭୁବନେଶ୍ୱର ପୁଣି ଭୁବନେଶ୍ୱର ଠାରୁ ନିଜ ବାସ ଭବନ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ରେ ମର ଶରୀର ଆଣି ନିଜ ପରିବାରକୁ ହସ୍ତାନ୍ତର କରିଥିଲେ।
ଆଜି ମଧ୍ୟ ଲୋକେ ବେରୋଜଗାର, ନିଜ ରାଜ୍ୟରେ କାମଧନ୍ଦା ନାଇଁ ତେଣୁ ବାଧ୍ୟ ହୋଇ ରାଜ୍ୟ ର ଲୋକେ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ବିଜନ ଚନ୍ଦ୍ର ଙ୍କ ମର ଶରୀର ଆସିବା ପରେ ନିଜ ପରିବାର ଓ ଗ୍ରାମ ର ଲୋକମାନଙ୍କ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା। ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା। ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ସାଂସଦ ଙ୍କ ସାହାଯ୍ୟ ପାଇଁ ପରିବାର ଓ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।
Post a Comment