Header ADS

ଅଖିଳ ଭାରତ କୃଷକ ସଭା ତରଫରୁ ନୀଳଗିରି ଉପଖଣ୍ଡ କୁ ମରୁଡି ଅଞ୍ଚଳ ଘୋଷଣା ଦାବି ରେ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗଣ ଧାରଣା

 



ନୀଳଗିରି, ୩/୧ (ଓଡ଼ିଶା ଆଦର୍ଶ) :- ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ପାହାଡିଆ ହୋଇଥିବାରୁ ଚାଷ ଜମି ଗୁଡିକ ଢାଲୁଆ, ବର୍ଷା ପରେ ପରେ ଚାଷ ଜମି ରୁ ପାଣି ନିଗିଡି ଯାଏ । ୭୬ ବର୍ଷ ର ସ୍ୱାଧୀନତା ପରେ ବି, ଜଳସେଚନ ର ବ୍ୟବସ୍ଥା ହୋଇ ପାରି ନାହିଁ। ଯେଉଁ ଛୋଟ ଛୋଟ ବନ୍ଧ ମାନ ନିର୍ମାଣ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଚାଷ କୁ ପାଣି ଯୋଗାଇବାରେ ବିଫଳ ହୋଇଥିବାର ଦେଖାଦେଇଛି। ଚାଷୀ ପ୍ରକୃତି ର ପାଣି ଉପରେ ନିର୍ଭର କରି ଚାଷ କରେ। ୨୦୨୩ ଖରିଫ ଚାଷ ରେ ଚକଡା ପୋକ ଲାଗିବା ସମ୍ପର୍କ ରେ ଅକ୍ଟୋବର ମାସ ୫ ତାରିଖ ନୀଳଗିରି ତହସିଲଦାର ଓ ନୀଳଗିରି  କୃଷି ଜିଲ୍ଲା ମୁଖ୍ୟ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ନଯାଇ ଥିବା, କୃଷକ ସଭାର ଆଲୋଚନାର ପାତ୍ର ସାଜିଛି। କିନ୍ତୁ ଦୀର୍ଘ ୨ ମାସ ଧରି ଖରିପ ଚାଷ ପାଇଁ ବର୍ଷା ନ ହେବାରୁ କ୍ଷେତରେ ଥିବା ଧାନ ଗୁଡିକ ପାଣି ଅଭାବରୁ ମରି ଯାଇଥିଲା । ଏ ସମ୍ପର୍କ ରେ ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ବାଲେଶ୍ୱର, ରାଜ୍ୟପାଳ ଓଡିଶା ଓ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଚାଷ କ୍ଷତି ସମ୍ପର୍କ ରେ ଜଣା ଯାଇଥିବା, ସି.ପି.ଆଇ. ର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ତାଙ୍କ ମନ୍ତବ୍ୟରେ ରଖିଥିଲେ। ପରେ ଏକ ପ୍ରତିନିଧି ଦଳ ଚାଷୀ ନେତା ବିଜୟ ସଙ୍କ ଜରିଆରେ ଜିଲ୍ଲାପାଳ ବାଲେଶ୍ୱର ଓ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ଧାରଣା ର ପ୍ରାରମ୍ଭ ରେ କୃଷକ ସଭା ର ଜିଲ୍ଲା ସଭାପତି ବର୍ଷିଆନ କୃଷକ ନେତା କୈଳାଶ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତା ରେ ଧାରଣା ଅନୁଷ୍ଠିତ ହୋଇଥିଲା । ଏହି ଧାରଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି, ଚଳିତ ବର୍ଷର କୃଷିବୀମା, ମାଗଣାରେ ସାର, ବିହନ, କାନଭାର୍ସନ ଜରିଆରେ ଚାଷୀଙ୍କୁ ପୁନର୍ବାର ଚାଷଋଣ ପ୍ରଦାନ, ଅଚଳ ଏଲଆଇକୁ ସଚଳ କରିବା ପରୀକ୍ଷା ଫିସ ଛାଡ଼, ଖଜଣା ଛାଡ଼, ଜଙ୍ଗଲ ଜମୀ ପଟ୍ଟା ରେ କୃଷିଋଣ ପ୍ରଦାନ ସମେତ ଭୂମି ହୀନଙ୍କୁ ଘର ଡିହପଟ୍ଟା ଓ ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ପ୍ରଭୃତି ସ୍ଲୋଗାନ ଦିଆ ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଧାରଣାସଭାରେ କୈଳାଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରୁଥିବା ବେଳେ ନିରଞ୍ଜନ ବାରିକ, ବିଜୟ ସ, ଜଗନ୍ନାଥ ଟୁଡୁ, ଅନିରୁଦ୍ଧ ବେହେରା ଉଦବୋଧନ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନିହାର ରଞ୍ଜନ ଜେନା, ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦେବାନ ମାରାଣ୍ଡି, ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଅନିରୁଦ୍ଧ ବେହେରା, ହରେକୃଷ୍ଣ ପଣ୍ଡିତ, ବିଶ୍ୱନାଥ ସାହୁ, ଭାସ୍କର ଦାସ, କିଶୋର ବେହେରା, ସାଧୁ ପରିଡା, ବିଦ୍ୟାଧର ବେହେରା, ଦେବେନ୍ଦ୍ର ବେହେରା ସମେତ ଶତାଧିକ ଚାଷୀ ଏହି ଧାରଣା ରେ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS