Header ADS

ନିଳଗିରି ପୋଲିସକୁ ସଫଳତା, ବିଭିନ୍ନ ଚୋରି ଘଟଣାରେ ତିନି ବଙ୍ଗୀୟ ଯୁବକ ଗିରଫ।

 ନିଳଗିରି ପୋଲିସକୁ ସଫଳତା, ବିଭିନ୍ନ ଚୋରି ଘଟଣାରେ ତିନି ବଙ୍ଗୀୟ ଯୁବକ ଗିରଫ।



ନୀଳଗିରି,୨୯/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ପୋଲିସକୁ ପୁଣି ଏକ ସଫଳତା ମିଳିଛି। ଦିନରେ ଫେରିବାଲା, ରାତିରେ ଚୋର ସାଜି ନିଳଗିରି ସମେତ ବିଭିନ୍ନ ଜିଲ୍ଲାରେ ଘରେ କେହି ନ ଥିବାର ସୁଯୋଗ ନେଇ ଏମାନେ ଘରେ କଳା କନା ବୁଲାଇ ଦିଅନ୍ତି। ନିଳଗିରି ଥାନାରେ ଏମାନଙ୍କ ନାମରେ ଅନେକ ଚୋରି ମାମଲା ରହିଥିବାର ଜଣା ପଡିଛି। ଏମାନେ ୱେଷ୍ଟ ବେଙ୍ଗଲ ରୁ ଆସି ବିଭିନ୍ନ ଅଞ୍ଚଳରେ ଫେରିବାଲା, ରାଜ ମିସ୍ତ୍ରୀ କାମ ଦିନରେ କରୁଥିବା ବେଳେ ରାତିରେ ସମୟ ସୁଯୋଗ ଦେଖି ଘରେ କେହି ନ ଥିବା ବେଳେ କଳା କନା ବୁଲାଇ ଦିଅନ୍ତି। ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୂଳ ଗ୍ରାମରେ କେଇ ଦିନ ଧରି ଚୋରି ହେଉଥିବାର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଏପରିକି ସନ୍ଧନୀ କୁକୁର, ସାଇନ୍ ଟିଫିକ ଟିମ୍ ଦଳ ଖୋଳ ତାଳ କରିଥିଲେ ମଧ୍ୟ ଚୋରର ସନ୍ଧାନ ପାଇ ନ ଥିଲେ। ନୀଳଗିରି ଥାନାର ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ଗୁରୁତର ସହ ଚୋରି ଘଟଣାକୁ ତଦନ୍ତ କରିଥିଲେ। ସବୁ ଦିଗକୁ ଗୁରୁତ୍ୱ ଦେଇ ଏହି ଚୋରି ଘଟଣାରେ ଫେରିବାଲା ଙ୍କ କାର୍ଯ୍ୟ ବୋଲି ଜାଣିବାକୁ ପାଇଥିଲେ। ପାଖା ପାଖି ଚୋରି ଅଞ୍ଚଳରେ ୱେଷ୍ଟ ବେଙ୍ଗଲର ରାଜ ମିସ୍ତ୍ରୀ କାମ କରୁଥିଲେ, ସେ ଦିଗରେ ଦୃଷ୍ଟି ଦେଇ ମୋବାଇଲ ଟ୍ରାକ କରି ଭୁବନେଶ୍ୱର ମଞ୍ଚେଶ୍ୱର୍ ଥାନା ଅଂଚଳରେ ଏକ ବସ୍ତି ରେ ୱେଷ୍ଟ ବେଙ୍ଗଲର ମୁର୍ଶିଦାବାଦ ହାପିକ ନଗରର ସିପୁରୁଲ ସେକ୍, ଜେୱେରୁଲ୍ ସେକ୍ ମୁର୍ଶିଦାବାଦ ର ମାଝିପରା ଗ୍ରାମର ଲାଏକ୍ ସେକ୍, କୁ ଗିରଫ କରାଯାଇଥିବା ବେଳେ ସକ୍ ସୋନି ନାମକ ମୂଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଏମାନଙ୍କ ନାମରେ ନିଳଗିରି ଥାନାରେ ଅନେକ ଚୋରି ମାମଲା ରହିଥିବା ବେଳେ ବିଭିନ୍ନ ଥାନାରେ ଚୋରି ମାମଲା ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି। ନିଳଗିରି ଥାନାରେ ୩୬୪/୨୫,୧୯୩/୨୫ ସମେତ ବହୁ ମାମଲା ରହିଥିବାର ଜଣାପଡିଛି। 

Post a Comment

Previous Post Next Post
Header ADS