Header ADS

କର୍କଟ ରୋଗରେ ମହିଳା ଗୃହରକ୍ଷୀ ଅକାଳ ମୃତ୍ୟୁ।

 କର୍କଟ ରୋଗରେ ମହିଳା ଗୃହରକ୍ଷୀ ଅକାଳ ମୃତ୍ୟୁ।



ନୀଳଗିରି,୩୦/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅନ୍ତର୍ଗତ ପୋଡାସୁଳ ଗ୍ରାମର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା କରୁଣାକର ବାରିକଙ୍କ ଝିଅ ସତ୍ୟଭାମା ବାରିକ (୪୫) କିଛି ଦିନ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।୭/୮ଦିନ ପୂର୍ବରୁ ସତ୍ୟଭାମା କୁ ଘରକୁ ନେଇ ଆସିଥିଲେ। ଗତ ବୁଧବାର ସନ୍ଧ୍ୟାରେ ସତ୍ୟଭାମାଙ୍କର ମୃତ୍ୟୁ ଘଟିଅଛି। ସୂଚନା ଥାଉକି ସତ୍ୟଭାମା ନିଳଗିରି ଥାନାରେ ବହୁ ବର୍ଷ ଧରି ଗୃହରକ୍ଷୀ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। କମ୍ପାନୀ କମାଣ୍ଡର ଦାମୋଦର ମହାନ୍ତି, ପ୍ଲାଟୁନ କମାଣ୍ଡର କାର୍ତ୍ତିକ ସଲ ମର ଶରୀର ଉପରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ ଆମର ଆତ୍ମାର ସଦ୍ଗତି କାମନା କରିଥିଲେ। ଖବର ପାଇ ସ୍ବାମୀ ମଧୁସୂଦନ ବାରିକ ପହଞ୍ଚି ଥିଲେ, ଶେଷରେ ପରିବାର ସହ ତାଙ୍କର ସ୍ବାମୀ ମରଶରୀରକୁ ପୁରୀ ସ୍ବର୍ଗ ଦ୍ବାର ରେ ଅନ୍ତେଷ୍ଟି କ୍ରିୟା ସମାପନ କରିଥିଲେ। ପୁତୁରା ମୁଖାଗ୍ନି ଦେଇଥିଲେ।

Post a Comment

Previous Post Next Post
Header ADS