ମୋବାଇଲ ଚୋରି କରି ବନ୍ଧା ହେଲେ ତିନି ଅଭିଯୁକ୍ତ।
ନୀଳଗିରି,୨୫/୧୦(ଓଡ଼ିଶା ଆଦର୍ଶ):ଏବେ ନିଳଗିରିର ବିଭିନ୍ନ ଅଞ୍ଚଳରେ ମୋବାଇଲ ଚୋର ଆତଙ୍କ ସୃଷ୍ଟି କରିଥିବା ବେଳେ ନିଳଗିରି ପୋଲିସ ତିନି ମୋବାଇଲ୍ ଚୋର କୁ କାବୁ କରି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ଦଶଟା ସମୟରେ ମଲିଆଣି ଗ୍ରାମର ଦେବାଶିଷ ଖିଲାର୍ ପୋଡାସୁଳରୁ କାଳୀ ପୂଜା ଦେଖି ଫେରୁଥିବା ବେଳେ ବାଟରେ ମୋବାଇଲରେ କଥା ହେଉଥିବା ବେଳେ ହଠାତ୍ ଏକ ମୋଟର ସାଇକେଲରେ ତିନିଜଣ ଯୁବକ ଆସି ମୋବାଇଲ ଟାକୁ ଛଡାଇ ନେଇ ପଳାଇ ଯାଇଥିଲେ। ଏନେଇ ଦେବାଶିଷ ଖିଲାର ନିଳଗିରି ଥାନାରେ ଅଭିଯୋଗ କଲା ପରେ ପୋଲିସ ପକ୍ଷରୁ ତନା ଘନା ଆରମ୍ଭ କରିଥିଲେ। ତିନି ଜଣ ଯୁବକ ପୋଡାସୁଳରେ ଯାତ୍ରା ପଡ଼ିଆରେ ଚୋରି ମୋବାଇଲ ଟିକୁ ଧରିଥିବାର ସ୍ଥାନୀୟ ଲୋକେ ଦେଖିଲା ପରେ ପୋଲିସ କୁ ଖବର ଦେବା ପରେ ପୋଲିସ ତିନି ମୋବାଇଲ୍ ଚୋରକୁ କାବୁ କରିଥିଲେ। ତିନି ଅଭିଯୁକ୍ତ ହେଲେ ପୋଡାସୂଳ ଗ୍ରାମର ହରିହର ମଲ୍ଲିକ, ଡେଙ୍ଗା ପିଆଶାଳ ଗ୍ରାମର ଜଗା ସିଂ, ଓ ବନମାଳୀ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ନିଳଗିରି ଥାନାରେ ୪୨୯/୨୫ରେ ଏକ ମାମଲା ରୁଜୁ ହୋଇଥିବାର ଦେଖିବାକୁ ମିଳିଛି।



Post a Comment