Header ADS

ନୂଆ - ଓ - ଯୁବ ଓଡ଼ିଶା - ନବୀନ ଓଡ଼ିଶା ର ସାମାଜିକ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ।



ନୀଳଗିରି, ୧୮/୧୨ ( ଓଡ଼ିଶା ଆଦର୍ଶ ) :- ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ମାନେ ସାମାଜିକ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ବାର୍ତ୍ତା ଥିବା ପ୍ଲା -କାର୍ଡ ମାନ ଧରି କଲେଜ ପରିସରରୁ ବାହାରି ନୀଳଗିରି ଜଗନ୍ନାଥ ମନ୍ଦିର ଏବଂ  ସହର ପରିକ୍ରମା କରି ନୀଳଗିରି ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ। ସେଠାରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଏକ ସଚେତନତା ମୂଳକ ବାର୍ତ୍ତା ବହନ କରୁଥିବା ପଥ ପ୍ରାନ୍ତ ନାଟକ ଛାତ୍ରୀ ମାନଙ୍କ ଦ୍ଵାରା ପଦର୍ଶନ କରାଯାଇଥିଲା ଏବଂ ପରେ  ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଫକୀର ମୋହନ ବିଶ୍ବବିଦ୍ୟାଳୟରୁ ଆସିଥିବା ବରିଷ୍ଟ ପ୍ରାଧ୍ୟାପିକା ଡକ୍ଟର ଗୀତାଞ୍ଜଳୀ ପଣ୍ଡା (ଅର୍ଥନୀତି) ପିଲାମାନଙ୍କୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ସମ୍ପକରେ ସାରଗର୍ଭକ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡକ୍ଟର ହରିପଦ ଦାଶ, ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ବରିଷ୍ଟ ଅଧ୍ୟାପିକା ମମତା ବରାଳ ଓ ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ ମିଶ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

Post a Comment

Previous Post Next Post
Header ADS