ନୀଳଗିରି, ୧୮/୧୨ ( ଓଡ଼ିଶା ଆଦର୍ଶ ) :- ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରୁ ଆସିଥିବା "ଅକ୍ଷତ କଳସ" ରବିବାର ଦିନ ବାଲେଶ୍ୱରରୁ ଆସି ନୀଳଗିରି ବ୍ଲକର ଧୋବଶିଳା ଠାରେ ପହଞ୍ଚିଥିଲା। ଧୋବଶିଳାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ର (ନୀଳଗିରି ) ସଦସ୍ୟ ଓ ଗ୍ରାମବାସୀ ମାନେ ନୀଳଗିରି ବ୍ଲକ ପାଇଁ ଉଦିଷ୍ଟ ଅକ୍ଷତ କଳସକୁ ଧରି କୀର୍ତ୍ତନ କରି ଗ୍ରାମ ପରିକ୍ରମା କରି ଶେଷରେ ଧୋବଶିଳା ଶିବ ମନ୍ଦିରେ ରଖିଛନ୍ତି।ଆଗାମୀ ଜାନୁଆରୀ ୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ନୀଳଗିରି ବ୍ଲକର ସମସ୍ତ ଗ୍ରାମରେ ଏହି ଅକ୍ଷତ କଳସ ବୁଲିବ।ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ,ସମସ୍ତ ଘରେ ଦୀପ ପ୍ରଜ୍ବଳନ କରାଯିବା ସହ ପ୍ରମୁଖ ମନ୍ଦିରରେ ଧୂମଧାମରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ।
Post a Comment