Header ADS

କଳି ଝଗଡ଼ା ଛଡ଼ାଇବାକୁ ଯାଇଥିବା ବଡ଼ବାପାକୁ ପଥର ଛେଚି ହତ୍ୟା କଲା ପୁତୁରା !

 


ନୀଳଗିରି, ୦୬/୧୨ :- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ପଥରଗୁମୁରା ଅଞ୍ଚଳର କଟିଆ ସିଂ ଦୀର୍ଘ ପ୍ରାୟ ୨୫ବର୍ଷ ହେବ ପରିବାର ସହ ନୀଳଗିରି ଥାନା ଅଧିନ ଅଯୋଧ୍ୟା ନୂଆସାହି ଗାଁରେ ରହି ଆସୁଥିଲେ । ପୈତୃକ ସ୍ଥାନରେ ଧାନଚାଷ ହୋଇଥିବା ଯୋଗୁଁ କଟିଆ ସିଂ ୮ଦିନ ପୂର୍ବରୁ ସେଠାକୁ ଯାଇ ଧାନ ଅମଳ କରୁଥିଲେ । ଗତକାଲି କଟିଆ ସିଂଙ୍କ ଭାଇ ରମାକାନ୍ତଙ୍କ ପୁଅ କମଳାକାନ୍ତ ଓ ପୁତୁରା ବୋହୁ  ମଧ୍ୟରେ ପାରିବାରିକ କଳି ଝଗଡ଼ା ଲାଗିଥିଲା । ପୁତୁରା କମଳାକାନ୍ତ ଏକ ମାରଣାସ୍ତ୍ର ଧରି ତାଙ୍କ ସ୍ତ୍ରୀକୁ ମାରିବାକୁ ଗୋଡ଼ାଉଥିବା ଦେଖି ବଡ଼ବାପା କଟିଆ ସିଂ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ପୁତୁରା କମଳାକାନ୍ତ ଏଥିରେ ରାଗିଯାଇ  ବଡ଼ବାପା କଟିଆ ସିଂଙ୍କ ମୁଣ୍ଡ ଏବଂ ମୁହଁକୁ ପଥରରେ ପିଟି ପିଟି ଫଟାଇ ଦେଇଥିଲେ । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା କଟିଆଙ୍କୁ ସେଠାରୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଆଜି ମୃତକଙ୍କ ପୁଅ ବୀରକିଶୋର ସିଂ ବରହମପୁର ଥାନାରେ ଏକ ଏତଲା ଦେବା ପରେ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ତଦନ୍ତ କରୁଛି।


Post a Comment

Previous Post Next Post
Header ADS