Header ADS

ଲକ୍ଷେ ଟଙ୍କାର ଆମ୍ବ ଏବଂ ତୁଡ୍ରା କାଠ ଜବତ କଲା ନୀଳଗିରି ବନବିଭାଗ।

 


ନୀଳଗିରି, ୦୫/୧୨ :- ସମବାର ରାତି ୦୯.୩୦ ମିନିଟ୍ ସମୟରେ ଏକ ଧଳା ରଙ୍ଗର ପିକ-ଅପ ଯାହାର ନମ୍ବର OR 01D 9081 ଗାଡ଼ିରେ ଚୋରା କାଠ ଗଣ୍ଡି ବୋଝେଇ କରି ନୀଳଗିରି ରୁ ସୋମନାଥପୁର ରାସ୍ତା ଦେଇ ଯାଉଥିବାର ନୀଳଗିରି ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଗାଡ଼ିଟିକୁ ଅଟକାଇଥିଲେ। ଗାଡିଟିକୁ ଚଢ଼ାଉ କରିବା ପରେ ଉକ୍ତ ଗାଡ଼ିରେ ୮ ଖଣ୍ଡ ଆମ୍ଭ  ଗଣ୍ଡି ଏବଂ ୧୧ ଖଣ୍ଡ ତୁଡ୍ରା ଗଣ୍ଡି ଥିବା ଜାଣିବାକୁ ପାଇଥିଲେ। ଘଟଣସ୍ଥଳରୁ ଗାଡ଼ିର ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ କାଠ ସମେତ ଜବଦ ଗାଡ଼ିଟିକୁ ଜମୁଡିହା ସ୍ଥିତ ସ୍ଥାୟୀ ନର୍ସରୀକୁ ଅଣାଯାଇଛି। ତେବେ ଜବଦ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଚଢ଼ାଉ ରେ ନୀଳଗିରି ରେଞ୍ଚ ଅଧିକାରିଣୀ ଆଇସା ଏ. ନିଶା, ନୀଳଗିରି ଫରେଷ୍ଟର, ମିତ୍ରପୁର ଫରେଷ୍ଟର, ମିତ୍ରପୁର ଫରେଷ୍ଟ ଗାର୍ଡ ଏବଂ ସବୁଜ ବାହିନୀ ସଦସ୍ୟ ମାନେ ସାମିଲ ଥିଲେ।

Post a Comment

Previous Post Next Post
Header ADS