ନୀଳଗିରି, ୩୦/୧୨ (ଓଡ଼ିଶା ଆଦର୍ଶ):- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ୨୨ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନରେ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ସମ୍ପାଦନା ରେ ନିର୍ମାଣାଧିନ ୬. ୬୮୦ କିମି ରାସ୍ତାର ଅବଧି ଶେଷ ହେବାର ୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଆହୁରି ଏକ ଆଶ୍ଚର୍ଯ୍ୟର କଥା ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ଅନୁପସ୍ଥିରେ ଏ ସମସ୍ତ କାର୍ଯ୍ୟ ଚାଲିଛି । ଏ ନେଇ ନିମ୍ନ ମାନର କାର୍ଯ୍ୟ ହେଉଥିବାର ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ ହେଉଛି ।
ଏଭଳି ନିମ୍ନ ମାନର କାର୍ଯ୍ୟ ନୀଳଗିରି ବ୍ଲକ ଗରଡିହି ପଞ୍ଚାୟତ କଳାକାଦ ଛକ ଠାରୁ ନରଣପୁର ଗ୍ରାମ ପର୍ଯ୍ୟନ୍ତ ଏକ ଆର୍. ଡ଼ି, ରୋଡ ପାଇଁ ତା ୨୧/୭/୨୨ ରିଖରେ କାର୍ଯ୍ୟାରମ୍ଭ ଏବଂ ତା ୨୦/୬/୨୦୨୩ ରିଖରେ କାର୍ଯ୍ୟ ଶେଷ ପାଇଁ ଫଳକର ଉଲ୍ଲେଖ ଅଛି । କିନ୍ତୁ ଏଥିରେ ଅଧା ରାସ୍ତା ନିର୍ମାଣ ବାକି ରହିଥିବା ବେଳେ ଏବେ ଭକ୍ତ ଅଧାଖଣ୍ଡିଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି । ଯାହା ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଇଂ କାର୍ତ୍ତିକ ଚନ୍ଦ୍ର ସାହାଣି ଙ୍କ ଅନୁପସ୍ଥିରେ ଏ ସମସ୍ତ କାର୍ଯ୍ୟ ଚାଲୁଥିବାର ଦେଖିବାକୁ ମିଳିଛି ଯାହା ଅତି ନିମ୍ନ ମାନରୁ ବୋଲି ସ୍ପଷ୍ଟ ଦେଖାଯାଉଛି ।
ଆହୁରି ଏକ ଆଶ୍ଚର୍ଯ୍ୟର କଥା ରାସ୍ତା ନିର୍ମାଣର ଶେଷ ପରେ ରକ୍ଷଣା ବେକ୍ଷଣ ପାଇଁ ପ୍ରଥମ ବର୍ଷ ଅର୍ଥାତ ୨୦୨୩ / ୨୦୨୪ ବର୍ଷ ପାଇଁ ୩ ଲକ୍ଷ ୨୩ହଜାର ଟଙ୍କା ଅନୁଦାନ ରାଶି ଆସିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନ ଥିବାରୁ ଏବଂ ରକ୍ଷଣାବେକ୍ଷଣ ସମୟରେ ଏକ ବର୍ଷ ହୋଇ ଯାଇଥିବାରୁ ଭକ୍ତ ମରାମତି ପାଇଁ ଆସିଥିବା ଟଙ୍କ ଆଉ ଏଠାରେ ବ୍ୟବହାର ହୋଇ ପାରିବ ନାହିଁ କିନ୍ତୁ ଠିକାଦାରଙ୍କ ପକେଟକୁ ଯିବ । ଏନେଇ ଅଞ୍ଚଳ ବାସୀ ଅଭିଯୋଗ ଉଠାଇଛନ୍ତି । ତେବେ ବିଭାଗୀୟ ଜେଇଙ୍କୁ ଏସମ୍ପର୍କ ରେ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇ ପାରିନଥିଲା ।ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
إرسال تعليق