Header ADS

ଗୋପିନାଥପୁର ନୀଳଗିରି ରେଳ ଷ୍ଟେସନ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

 


ନୀଳଗିରି, ତା,୩୦/୧୨ ( ଓଡ଼ିଶା ଆଦର୍ଶ) ଆଗାମୀ ଜାନୁଆରୀ ୫ ତାରିଖ ରୁ ଗୋପିନାଥପୁର ନୀଳଗିରି ରେଳ ଷ୍ଟେସନ ରୁ ବାଲେଶ୍ଵର କୁ ଗଡ଼ିବ ମେମୁ ଟ୍ରେନ। ସେଥି ନିମନ୍ତେ ଆଜି ନୀଳଗିରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକାର୍ପଣ ଉତ୍ସବ ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ, ମୂଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ରେ ନୀଳଗିରି ଓ ରେମୁଣା ଅଞ୍ଚଳ ର ପ୍ରାୟ,୨୦ ହଜାର ରୁ ଉର୍ଦ୍ଧ୍ୱ ଜନସମାଗମ ହେବାର ଅନୁମାନ କରାଯାଇଛି। ପ୍ରବଳ ଜନସମାଗମ କୁ ଆଗ ଆଖି ଆଗରେ ରଖି, ଆଜିର ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସୋଇଥିଲା। କିପରି ଶାନ୍ତି ଶୃଙ୍ଖଳା, ଖାଦ୍ୟ ପାନୀୟ ତଥା ସୁଚାରୁ ରୁପେ କାର୍ଯ୍ୟକ୍ରମ ହୋଇ ପାରିବ, ସେ ନେଇଉକ୍ତ ବୈଠକ ରେ ଅନେକ ଗୁରୁତତ୍ୱପୂର୍ଣ ନିଷ୍ପତି ନିଆ ଯାଇ ଥିବା ଜଣାଯାଇଛି। ଉକ୍ତ ବୈଠକ କ ରେ,ଅନ୍ୟମାନଙ୍କ ମଧ୍ୟରେ,ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ, ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, କରୁଣାକର ପଣ୍ଡା,ଚନ୍ଦ୍ର ଶେଖର ନନ୍ଦ,ଉପେନ୍ଦ୍ର ଦାସ ଏବଂ ଆଗଧାଡି ର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ ।

Post a Comment

أحدث أقدم
Header ADS