ଓଡ଼ିଶା ଆଦର୍ଶ ବ୍ୟୁରୋ, ୨୭/୧୨ :- ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ଦୀର୍ଘ ଏକ ମାସର ବ୍ୟବଧାନ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ କରି ରଖାଯାଇଥିଲା। ତେବେ ଗତ ମଙ୍ଗଳବାର ଶିମିଳିପାଳ ଅନ୍ତେବାସୀଙ୍କ ସହ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କର ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା।ଖବର ଅନୁଯାୟୀ ୫ଦଫା ଦାବି ନେଇ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରିଥିଲା ଶିମିଳିପାଳ ବିକାଶ ପରିଷଦ । ଏଥିରେ ଶିମିଳିପାଳ ଆଭ୍ୟନ୍ତରୀଣ ୩ ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ସାମିଲ ଥିଲେ । ତେବେ ଆଜି ଠାରୁ ପର୍ଯ୍ୟଟକ ମାନେ ଆରାମ ରେ ଶିମିଳିପାଳ ବୁଲିବାର ମଜା ନେଇପାରିବେ।
إرسال تعليق