ଓଡ଼ିଶା ଆଦର୍ଶ ବ୍ୟୁର, ୨୦/୧୨ :- ଝାଟିମାଟି ବାଉଁଶରେ ନିର୍ମିତ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଦିଲ୍ଲୀ ସ୍ଥିତ ଏହି ବାସଭବନରେ ଅତ୍ୟନ୍ତ ନିରାଡମ୍ବର ଭାବେ ବୈଦିକ ମତରେ ଆଜି ହୋମଯଜ୍ଞ ପୂଜାର୍ଚ୍ଚନା ପରେ ନିମନ୍ତ୍ରିତ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଘରଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ପାରମ୍ପାରିକ ଢ଼ଙ୍ଗରେ ନିର୍ମାଣ ହୋଇଛି। ଘର ବାହାର ଏବଂ ଭିତର ଡିଜାଇନ୍ ସମ୍ପୂର୍ଣ ମାଟି ଏବଂ ବାଉଁଶ ରେ ନିର୍ମିତ ହୋଇଛି। ଆଜି ଏହି ନୂତନ ଗୃହ ପ୍ରବେଶ ଅବସରରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ନୂତନ ଗୃହରେ ପଦାର୍ପଣ କରି ଶୁଭେଚ୍ଛା ଜଣାଇଛନ୍ତି।
ଦିଲ୍ଲୀ ଭଳି ଚାକଚକ୍ଯ ଭରା ଆଧୁନିକ ସହରରେ ଏଭଳି ଏକ ପ୍ରାକୃତିକ ପରିବେଶ ଅନୁକୂଳ ଘରକୁ ନିମନ୍ତ୍ରିତ ଅତିଥି ବେଶ୍ ପସନ୍ଦ କରିଛନ୍ତି। ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିମନ୍ତ୍ରିତ ଅତିଥି ମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରିବା ସହିତ ନିମନ୍ତ୍ରଣ ରକ୍ଷାକରି ଅତିଥି ମାନେ ଉପସ୍ଥିତ ହୋଇଥିବାରୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।ତେବେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ନୀଳଗିରି ଗୋପୀନାଥପୁର ସ୍ଥିତ ବାସଭବନ ମାଟି ଏବଂ ଚାଳ ଛପର ହୋଇଥିବା ବେଳେ ଆଜି ଦିଲ୍ଲୀ ସ୍ଥିତ ବାସଭବନ ମଧ୍ୟ ଝାଟିମାଟି ଏବଂ ବାଉଁଶ ରେ ନିର୍ମିତ ହେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
إرسال تعليق