ବାହାନଗା, ୧/୧୨ :- ବାହାନଗା ବ୍ଲକ ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ_ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଶିକ୍ଷା ସଂସ୍କୃତି ଓ କ୍ରୀଡ଼ା ବିକାଶ ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବହାନାଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ କୁମାର ମହାରଣା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇ ଲୋକାୟିତ ପ୍ରତିଭା କୁ ଲୋକଲୋଚନ ଆଣିବା ଓ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିବା ଏ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।ତଦ ସହିତ ଇତିହାସ କୁ ଯିଏ ରୁମନ୍ଥନ କରିନି ସିଏ ଖସଡ଼ା ପ୍ରସ୍ତୁତ କରିପାରିନି ବୋଲି ଶ୍ରୀଯୁକ୍ତ ଧଡା ମହୋଦୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଅନ୍ୟତମ ସମାନ୍ନିତ ଅତିଥିଭାବେ ବାହାନଗା ପଞ୍ଚାୟତ ସମିତି ଅଧଃକ୍ଷ ବିଶ୍ଵନାଥ ମିଶ୍ର,ଅନ୍ୟତମ ଅତିଥିଭାବେ ରାଜନୀତି ବିଭାଗ ଅଧ୍ୟାପକ ଲକ୍ଷ୍ମଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ,ଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ନାୟକ ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଧଡା ମହୋଦୟ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପୁରସ୍କୃତ ୫୦୦୦ ଟଙ୍କା ରାଶି ସହିତ ମାନପତ୍ର ପାଇଥିବା ଜାତୀୟ ସେବା ଯୋଜନା ବିଭାଗର ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ବାହାନଗା ଉଚ୍ଚ ବିଦ୍ୟାଳୟର ଛାତ୍ର ମନୋଜ ବାରିକ ଙ୍କୁ ଆଜି ମାନପତ୍ର ସହିତ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ ସମୟରେ ଆରମ୍ଭ ହୋଇ ପ୍ରଥମେ ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯିବା ସହିତ ଆବାହନ ସଙ୍ଗୀତ ଗାନ କରାଯାଇଥିଲା।ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ଝୁଟି, ରଙ୍ଗୋଲି, ପୁଚି,ସ୍କପିଙ୍ଗି ପ୍ରତିଯୋଗିତା ଓ ବୃକ୍ଷ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲୁରହିବ ବୋଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧଃକ୍ଷ ବିନୋଦ କୁମାର ମହାରଣା ସୂଚନା ଦେଇଛନ୍ତି।ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।
إرسال تعليق