ଜୁଲାଇ ୨ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟ ମଧ୍ୟରେ ବାହାନଗା ରେଳଫାଟକ - ୯୪ରେ ଥିବା ସର୍କିଟ ବଦଳା ଯାଉଥିଲା। ପୁର୍ବରୁ ବନ୍ଦ ହୋଇପଡ଼ିଥିବା ରେଳଫାଟକ -୭ ୯ର ସର୍କିଟ ଆଣି ରେଳଫାଟକ-୯ ୪ରେ ଲଗାଉଥିଲେ। ଏହି ସର୍କିଟ ବଦଳାଇବା ପାଇଁ ରେଳବିଭାଗ ତରଫରୁ ମିଳିଥିଲା ଅନୁମତି ହେଲେ ସର୍କିଟ ବଦଳେଇବା ପରେ ଏକ ଡାଇଗ୍ରାମ୍ ଅତ୍ୟନ୍ତ ଜରୁରୀ ହୋଇଥାଏ ଯାହା ରେଳଫାଟକ-୭ ୯ର ସର୍କିଟ ଆଣି ରେଳଫାଟକ-୯ ୪ରେ ଲଗାଇବା ପରେ ଡାଇଗ୍ରାମ୍ କଥା ଭୁଲି ଯାଇଥିଲେ ଏବଂ କିଛି ୱାରିଂର କନେକ୍ସନ ମଧ୍ଯ କାଟି ଦେଇଥିଲେ। ଏହି ଚରମ ଅବହେଳା ଯୋଗୁଁ ବାହାନଗା ରେଳ ଦୁର୍ଘଟଣା ଘଟିଥିଲା। ସେହିଦିନ ପରଠାରୁ ଭଙ୍ଗା ବଗି ସବୁ ପଡ଼ିରହିଛି। ଏହାକୁ ନେଇ ନାନା ସମସ୍ୟା ମଧ୍ଯ ସୃଷ୍ଟି ହେଉଥିଲା। କିଛି ଲୋକଙ୍କ ଚାଷ ଜମିରେ ବଗି ସବୁ ପଡିରହିଥିବାରୁ ସ୍ଥାନୀୟ ଅଧିବାସୀମାନେ ବଗି ସବୁ ଉଠାଇବା ପାଇଁ ଦାବି କରିଆସୁଥିଲେ ହେଲେ ସିବିଆଇ ତଦନ୍ତ ଚାଲୁଥିବାରୁ ବଗି ଗୁଡ଼ିକୁ ଉଠାଇବା ସାହସ କରିପାରୁନଥିଲା ରେଲବିଭାଗ। ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ଦେଖି ଏସ୍ ଇ ଆର ଉକ୍ତ ବଗିକୁ ସେଠାରୁ ହଟାଇବା ସହ ସ୍କ୍ରାପ ମାଧ୍ୟମରେ ବିକ୍ରି ପାଇଁ ଗତ ସପ୍ତାହରେ ସିବିଆଇ କୋର୍ଟକୁ ଅନୁମତି ମାଗିଥିଲା। କୋର୍ଟଙ୍କ ଅନୁମତି ମିଳିବା ପରେ ଇ - ନିଲାମ ଡକାଯାଇଥିଲା ଏବଂ ଏହି ନିଲାମ ପ୍ରକ୍ରିୟାରେ ଏକାଧିକ କମ୍ପାନୀ ଭାଗ ନେଇଥିଲେ।
Post a Comment