Header ADS

ଆଠ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଉଦ୍ଧାର ପାଇଁ ଆସିଲେନି ବନବିଭାଗ କର୍ମଚାରୀ।

 


ନୀଳଗିରି, ୧୧/୧୦ :- ନୀଳଗିରି ଅଞ୍ଚଳରେ ପୁଣି ଏକ ଉଦ୍ଧାର ହେଲା ଅଜଗର। ନୀଳଗିରି ବ୍ଲକ୍ ଅନ୍ତର୍ଗତ ପୋଲସାହି ଗ୍ରାମର ଟିରା ସିଂ ଙ୍କ ବାଡ଼ିରୁ ଏହି ବିଶାଳ ଅଜଗରଟିକୁ ଉଦ୍ଧାର କରାଯାଇଛି।ଗତ କାଲି ସକାଳେ ଟିରାଙ୍କ ପୁଅ ବାଦଲ ନିଜ ବାଡ଼ି ସଫା କରୁଥିବା ସମୟରେ ଅଜଗର ସାପଟି ଜାଲରେ ଛନ୍ଦି ହୋଇ ରହିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସାହି ପଡ଼ଶୀ ମାନଙ୍କୁ ଡାକିଥିଲେ ବାଦଲ, ତେବେ ସାହି ପଡଶୀ ଆସି ବନବିଭାଗ କୁ ଖବର ଦେଇଥିଲେ ସୁଦ୍ଧା ବନକର୍ମଚାରି ଆସିବା ବିଳମ୍ବ ହେବାରୁ ସେହି ଗ୍ରାମର ଶରତ ରାଉତ ନାମକ ଯୁବକ ସାପଟିକୁ ଜାଲରୁ ଉଦ୍ଧାର କରି ପାଖ ଜଙ୍ଗଲ ରେ ଛାଡିଥିଲେ।

ତେବେ ଏଠି ଗଟେ ପ୍ରଶ୍ନ ନୀଳଗିରି ଏକ ପାହାଡ଼ିଆ ଜଙ୍ଗଲଘେରା ଅଞ୍ଚଳ ହୋଇଥିବା ସ୍ୱତେ ବନବିଭାଗ କର୍ମଚାରୀ କୌଣସି ସାପ ଧରିବା ପାଇଁ ନ ଯିବା କାରଣ କଣ ହେଇପାରେ ଏବଂ ଯେଉଁ ଗାଁ ଲୋକ ସାପ ଧରିବା କୌଶଳ ଜାଣି ନାହାନ୍ତି ସେମାନେ ସାପ ଉଦ୍ଧାର କରୁଛନ୍ତି ଯଦି ସାପ ଧରିବା ସମୟରେ ସେମାନଙ୍କର କିଛି ଅସୁବିଧା ଘଟେ ତାହେଲେ ସେଥିପାଇଁ ଦାୟୀ କିଏ ରହିବ। ଏଥିପ୍ରତି ବାଲେଶ୍ଵର ଜିଲ୍ଲାପାଳ ଏବଂ ବାଲେଶ୍ଵର ଡି.ଏଫ.ଓ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Post a Comment

Previous Post Next Post
Header ADS