Header ADS

ନୀଳଗିରି କୁ ଜିଲ୍ଲା ଘୋଷଣା ଦାବିରେ ନଭେମ୍ବର ୭ରେ ବିଶାଳ ପଦଯାତ୍ରା

 


ନୀଳଗିରି , ୧୦/୧୦ :- ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମବାର ନୀଳଗିରି ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ପୁର୍ବତନ ବିଧାୟକ ଚିତ୍ତରଂଜନ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ନୀଳଗିରିକୁ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଜନସାଧାରଣଙ୍କ ସହିତ ପ୍ରତ୍ୟେକ ରାଜନୀତିକ ଦଳର ନେତୃବୃନ୍ଦ ସମେତ ନୀଳଗିରିର ସ୍ଵାଭିମାନୀ ଜନତା ନୀଳଗିରିକୁ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପିତ କରାଯାଇଥିବା ବେଳେ ଆସନ୍ତା ନଭେମ୍ବର ୭ତାରିଖରେ ନୀଳଗିରି ଜଗନ୍ନାଥ ମନ୍ଦିରରୁ ବାଲେଶ୍ଵର ଅଭିମୁଖେ ପଦଯାତ୍ରା କରାଯିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସୂଚନା ଦେଇଛନ୍ତି।

ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଦାମୋଦର ବିଶ୍ବାଳ, ସୁନିଲ  ପ୍ରଧାନ, ସୁରେଶ ବେହେରା, ପରମାନନ୍ଦ ପାତ୍ର, ଆଇନଜୀବୀ ନିହାର ରଞ୍ଜନ ପରିଡ଼ା, ଦେବେନ୍ଦ୍ର ପଣ୍ଡା, ବାଞ୍ଛାନିଧି ପାତ୍ର, ନିରଞ୍ଜନ ବାରିକ୍, ରେଖା ହେମ୍ବ୍ରମ, ଗଦାଧର ପରିଡ଼ା, ପୁରସ୍ତମ ସେଠୀ ପ୍ରମୁଖ ଉପସ୍ଥିତଥିଲେ।

Post a Comment

Previous Post Next Post
Header ADS