ନିଳଗିରି, ୦୪/୦୯ - ପିଇବା ପାଣି ସମସ୍ୟା କୁ ନେଇ ଆଜି ତେଜିଲେ ଗ୍ରାମବାସୀ। ଅଫିସ ଆଗରେ ବସିଲେ ଧାରଣାରେ ପକାଇଲେ ତାଲା। ଏପରି ଏକ ଘଟଣା ନିଳଗିରି ପୌରପରିଷଦର ୧୨ ୱାର୍ଡ ରେ ଦେଖିବାକୁ ମିଳିଛି। ନୂତନ ପାଇପ ଲାଇନ ସଂଯୋଗ ହୋଇଥିବା ବେଳେ ଉକ୍ତ ୱର୍ଡକୁ ପିଇବା ପାଣି ଯାଉନଥିରୁ ବହୁବାର ଅଭିଯୋଗ କରିଛନ୍ତି। ମାତ୍ର ଏଥିରେ କୌଣସି ପ୍ରକାରର ସମସ୍ୟା ସମାଧାନ ନ ହେବାରୁ ଆଜି ବହୁ ମହିଳା ଏକଜୁଟ ହେଇ ବସଷ୍ଟାଣ୍ଡ ନିକଟରେ ଥିବା ଅଫିସ ଆଗରେ ଧାରଣାରେ ବସିବା ସହ ଅଫିସ ରେ ତାଲା ପକାଇ ଦେଇଥିଲେ। ପରେ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ।
إرسال تعليق