ନୀଳଗିରି ,୦୨/୦୯ :- ନୀଳଗିରି ଉପଖଣ୍ଡ ବଣସୀମା ସଦର ମହକୁମା ଭାବେ ଖ୍ୟାତିଲାଭ କରିଥିବା ବରହମପୁର ବଜାର ମଝିରେ ଦୁର୍ଗାମଣ୍ଡପ ସମ୍ମୁଖ ପ୍ରାଙ୍ଗଣଟି ଶେଷରେ କଂକ୍ରିଟ ଢଳେଇ ହୋଇ ରୂପାନ୍ତରିତ ହୋଇଛି। ଏହି ସ୍ଥାନ ଟି ବଜାରର ମୁଖ୍ୟ ସ୍ଥାନ ହୋଇଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଗାଡି, ମଟର ଓ ଲୋକ ରୁଣ୍ଡ ହେବା ସାଙ୍ଗକୁ ଲୋକ କିଣାବିକା କରିଥାନ୍ତି। ଫଳରେ ପାଣି ନିଷ୍କାସନ ହୋଇ ନପାରି ଜାଗାଟି ସନ୍ତସନ୍ତିଆ ଆବର୍ଜନା ପୂର୍ଣ୍ଣ ହୋଇ ରହୁଥିଲା। ତେବେ ବର୍ତ୍ତମାନର ଢେଙ୍କାନାଳ ଜିଲ୍ଲାପାଳ ତଥା ବଣସୀମା ତେନ୍ତୁଳିଆ ଗ୍ରାମର ପୁଅ ସରୋଜ ସେଠୀଙ୍କ ପ୍ରଚେଷ୍ଟା ଓ ଅନୁରୋଧ କ୍ରମେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତ ମେ ମାସ ୭ତାରିଖରେ ଉପସ୍ଥିତ ରହି ସମଗ୍ର ପ୍ରାଙ୍ଗଣକୁ କଂକ୍ରିଟ ଢ଼ଲେଇ କରିବା ପାଇଁ ଶିଳାନ୍ୟାସ କରିଥିଲେ । ଏବେ କିଛିଦିନ ପୂର୍ବରୁ ଏହି ଢ଼ଲେଇ କାମ ସମ୍ପୂର୍ଣ୍ଣ ହୋଇଛି। ତେବେ ନୀଳଗିରି ମାଟିର ପୁଅ ସରୋଜ ସେଠୀ ଏଭଳି ସହଯୋଗର ହାତ ବଢ଼ାଇ ଥିବାରୁ ବଜାର କମିଟିର ସଭାପତି ପରମାନନ୍ଦ ବେହେରା, ସମ୍ପାଦକ ସନ୍ତୋଷ ପଶା, ଦୁର୍ଗାପୂଜା କମିଟିର ସଭାପତି ରବିନାରାୟଣ ଚୌଧୁରୀ, ସମ୍ପାଦକ ଅନୀଲ ବେହେରା, ସମାଜସେବୀ ତଥା ପିଠାହତା ଗ୍ରାମପଞ୍ଚାୟତର ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ବୁଗୁଡାଇ, କମିଟି ସଦସ୍ୟ ହରେକୃଷ୍ଣ ବେହେରା, ସନ୍ତୋଷ ବେହେରା, ପ୍ରଫୁଲ୍ଲ ବେହେରା, ଭାସ୍କର ପଶା, ଅଶୋକ ସେଠୀ, ଭାସ୍କର ବେହେରା, ବିଜୟ ବେହେରା, ମହେନ୍ଦ୍ର ବେହେରା, ଦୀପକ ବେହେରା ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାଧୁବାଦ ଦେବା ସହ ଶ୍ରୀମାନ ସରୋଜ ସେଠୀ ଙ୍କ ଉତ୍ତୋରତର କାମନା କରିଛନ୍ତି।
Post a Comment