ନୟାଗଡ଼,୦୬/୦୮ :- ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମପଞ୍ଚାୟତ ଆନୁକୁଲ୍ୟରେ ସ୍ୱାଧୀନତାର ଆଜାଦି କା ଅମୃତ ମହୋତ୍ସବ ପାଳନ କରିବା ଅବସରରେ ସ୍ଥାନୀୟ ଇଟାମାଟି ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସର ରେ ପଞ୍ଚାୟତ ସ୍ତରୀୟ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା ।ଏହି ପ୍ରତିଯୋଗିତାରେ ପ୍ରାୟ ୧୦ଗୋଟି ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ।ଓଡ଼ିଆ ବକୃତା, ସଂଗୀତ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଭଳି ବିଭିନ୍ନ ଶୈଖିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଇଟାମାଟି ଗ୍ରାମପଞ୍ଚାୟତ ର ସରପଞ୍ଚ ସ୍ୱପ୍ନେଶ୍ଵରୀ ସେଠୀ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତ ସ୍ତରୀୟ ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ ।
إرسال تعليق