ଓଡ଼ିଶା ଆଦର୍ଶ ଲାଇଭ ବ୍ୟୁରୋ :- ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ହେଲେ ବାରମ୍ବାର ଏହାକୁ ଏଡାଇ ଯାଉଥିଲା ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଏଦିଗରେ ଗୋଟେ ପାଦ ଆଗକୁ ବଢାଇଛି ପରିଚାଳନା କମିଟି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି । ତେଣୁ ଏବେ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ ।
ରଥଯାତ୍ରାରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!
ରାଜ୍ୟ ସରକାରଙ୍କୁ ସୁପାରିସ୍ କଲା ପରିଚାଳନା କମିଟି
ଖୋଲିବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତାବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯାଇ ଭିତରର ସ୍ଥିତି ଯାଞ୍ଚ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି ।
إرسال تعليق