ସୂଚନା ଅନୁଯାୟୀ, ଗତ ୫ବର୍ଷ ତଳେ ପଦ୍ମଲୋଚନ ସେଣ୍ଟ୍ରାଲ ବ୍ୟାଙ୍କର ବଣିଆ ଭାବେ ନିଯୁକ୍ତି ପାଇଥିଲେ । ସେ ବନ୍ଧକ ପାଇଁ ସୁନା ଯାଞ୍ଚ ସହ ବ୍ୟାଙ୍କକୁ ଜଣାଇବା ପରେ ଋଣ ପ୍ରଦାନ କରାଯାଉଥିଲା । ସେ ୨୦୧୯ ମସିହାରେ ୧୪ଜଣ ଜମାକାରୀଙ୍କ ନାମରେ ୨୬ଟି ଗୋଲଡ଼ ଲୋନ ପାଇଁ ଯାଞ୍ଚ ରିପୋର୍ଟ ଦେଇଥିଲେ । ତେବେ ଗତ ୧୦ତାରିଖ ଦିନ ସେଣ୍ଟ୍ରାଲ ବ୍ୟାଙ୍କର ଭୁବନେଶ୍ୱରରୁ ଏକ ଟିମ୍ ପହଞ୍ଚି ବ୍ୟାଙ୍କରେ ଥିବା ସୁନା ଯାଞ୍ଚ କରିବା ପରେ ୨୭୩୧.୦୯ଗ୍ରାମର ସୁନା ନକଲି ଥିଲା ବୋଲି ଜଣାପଡ଼ିଥିଲା । ଏହାକୁ ନେଇ ବ୍ରାଞ୍ଚ ମ୍ୟାନେଜର ଦୀନେଶ କୁମାର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା (ନଂ.୨୧୩ ।୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବ୍ୟାଙ୍କର ବଣିଆ ପଦ୍ମଲୋଚନ ଋଣ ନେବାକୁ ଆସୁଥିବା ବ୍ୟକ୍ତିଙ୍କ ନାମରେ ଜାଲ କାଗଜ ପତ୍ର ପ୍ରଦାନ ସହିତ ନକଲି ସୁନାକୁ ପ୍ରକୃତ ସୁନା ବୋଲି ରିପୋର୍ଟ ଦେଇ ଆସୁଥିଲେ । ତାଙ୍କର ନେତୃତ୍ୱରେ ୧୪ ଜଣିଆ ଗୋଷ୍ଠୀ ଦୀର୍ଘ ୫ବର୍ଷ ଧରି ଉକ୍ତ କାରବାର କରୁଥିବା ବେଳେ ଉଠା ଯାଉଥିବା ଋଣ ଟଙ୍କା ନିଜ ଭିତରେ ଭାଗବଣ୍ଟା କରିନେଉଥିଲେ । ପଦ୍ମଲୋଚନ ପ୍ରମାଣିତ କରିଥିବା ସୁନା ନକଲି ବାହାରିବା ପରେ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । ସେ ୨୬ଟି ଗୋଲଡ଼ ଲୋନ ବାଦରେ ମୋଟ୍ ୬୯ଲକ୍ଷ ୬୮ହଜାର ୫୦୭ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା । ପଦ୍ମଲୋଚନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଠକେଇ ମାମଲା ରହିଛି । ଗତ ୨୦୨୨ମସିହାରେ ୫୦ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଅଭିଯୋଗ ହୋଇଥିବା ବେଳେ ବୈଶିଙ୍ଗାରୁ ୮ଲକ୍ଷ ଟଙ୍କାର ଠକେଇ ନେଇ ବୈଶିଙ୍ଗା ଥାନାରେ ମଧ୍ୟ ମାମଲା ରହିଥିବାର ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।
ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଏସ୍ଆଇ ଶଶଧର ସେଠୀ, ଏସ୍ଆଇ ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ
إرسال تعليق