ନୀଳଗିରି, ୧୯/୦୮ - ଡିଭାଇନ୍ ଟ୍ୟୁଟୋରିଆଲ ନୀଳଗିରି ଆନୁକୁଲ୍ୟରେ ଡିଭାଇନ୍ ଚ୍ୟାରିଟେବଲ ଟ୍ରଷ୍ଟ ଦ୍ଵାରା ସମ୍ବର୍ଦ୍ଧନା ଓ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକ ଏବଂ ସ୍ନାତକୋତ୍ତର ୨୦୨୩ ପାଠ୍ୟକ୍ରମରେ ଯେଉଁମାନେ ଉପଖଣ୍ଡ ସ୍ଥରରେ ଟପ୍ପର ହୋଇଛନ୍ତି ତଥା ପ୍ରଥମ ଶ୍ରେଣି ରେ ଉତିର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ସମ୍ମାନୀତ କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ସମସ୍ତ ଛାତ୍ର ଛାତ୍ରୀ ଡିଭାଇନ୍ ଟ୍ୟୁଟୋରିଆଲ ର ଛାତ୍ର ଛାତ୍ରୀ। ଏହି ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଉପସ୍ଥିତ ସମ୍ବର୍ଦ୍ଧିତ ପ୍ରତିଭା ଏବଂ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କେବଳ ଶିକ୍ଷିତ ହେବାପାଇଁ ନୁହଁ ବରଂ ଜୀବନର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ରକ୍ଷାକବଚ ଭଳି ସାଥ ଦେଇଥାଏ ବୋଲି ନିଜ ଅଭିଭାଷଣରେ କହିଥିଲେ।
ସମ୍ମାନୀତ ଅତିଥି ଭାବରେ ନୀଳଗିରି ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରାକ୍ତନ ଅଧ୍ୟାପକ ତଥା ତର୍କଶାସ୍ତ୍ର ଓ ଦର୍ଶନଶାସ୍ତ୍ର ରିଡର୍ ପ୍ରଦୀପ୍ତ କୁମାର ଦାସମହାପାତ୍ର ଉପସ୍ଥିତ ପିଲାମାନଙ୍କୁ ଆଜିର ଅଧପତନମ୍ମୁଖି ଶିକ୍ଷା ପାଇଁ ଛାତ୍ରଛାତ୍ରୀ କିପରି ହତୋସ୍ୟାହିତ କରିଛି ଏବଂ ଏହାକୁ କିଭଳି ଶାଣିତ କରିହେବ ସେ ଦିଗରେ ଆଲୋକପାତ କରିଥିଲେ। ପୂର୍ବତନ ପିଜି ଛାତ୍ରୀ ନମିତା ପ୍ରଧାନ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ହେଲେ କୁମାରୀ ଚନ୍ଦ୍ରକାନ୍ତି ମଲ୍ଲିକ ପିଜି ଟପ୍ପର (ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟ), ଉପଖଣ୍ଡ+୩ଟପ୍ପର କୁମାରୀ ରଶ୍ମୀରେଖା ମହାନ୍ତି (ନୀଳଗିରି ମହାବିଦ୍ୟାଳୟ), ରୁପଶ୍ରୀ ରାଉତ +୨ଉପଖଣ୍ଡ ଟପ୍ପର (ନୀଳଗିରି ମହିଳା ମହାବିଦ୍ୟାଳୟ), ସମେତ ତୃପ୍ତି ସ୍ୱାଇଁ, ରୁଜାର୍ଚ୍ଚନା ଷଡ଼ଙ୍ଗୀ, ଶୁଭଲକ୍ଷ୍ମି ବିଶ୍ଵାଳ, ଆଦିବାସୀ ଛାତ୍ର ଅଜୟ ସିଂ ପ୍ରମୁଖଙ୍କ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
إرسال تعليق