Header ADS

ଯୁବତୀଙ୍କୁ ଅପହରଣ ମାମଲା, ଜେଲ ଗଲେ ୪ ଅଭିଯୁକ୍ତ ଯୁବକ।

 


ନୟାଗଡ଼, ୧୨/୦୮ :- ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଜପାଟଣା ଗୋଡ଼ିଆଳି ରାସ୍ତା ରୁ ଜଣେ ଯୁବତୀ ଙ୍କୁ ଅପହରଣ ବେଳେ ପୋଲିସ ହାବୁଡ଼ରେ ଅପହରଣକାରୀ ଧରା ପଡିଛନ୍ତି।  ସୂଚନା ଅନୁଯାୟୀ  ନୟାଗଡ ସହରର ଏକ ଘରୋଇ ଡାକ୍ତର ଖାନା ରେ କାର୍ଯ୍ୟ କରୁଥିବା ଯୁବତୀ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପୂର୍ବ ରୁ ପ୍ରସ୍ତୁତ ଥିବା ଅପହରଣ କାରୀ ଯୁବତୀ ଙ୍କୁ ଜବରଦସ୍ତ ଉଠାଇ ନେଉଥିଲେ। ସଦର ଥାନା ପୋଲିସ ଖବର ପାଇ ଚଣ୍ଡୀବସ୍ତ ପଠାଣି ସାମନ୍ତ କଲେଜ ନିକଟରେ କାର କୁ ଅଟକାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ପୋଲିସ କାର ଜବତ କରିବା ସହିତ ୪ଜଣକୁ ଅଟକ ରଖିଥିଲା ।

ପୋଲିସ ଘଟଣା ର ରହସ୍ୟ ଖୋଳ ତାଡ଼  କରିବା ପରେ ଏହି ଘଟଣା ପଛ ରେ ଏକ ତରଫା ପ୍ରେମ ରହିଥିବା ଆଲୋଚନା ହୋଇଛି, ଯୁବତୀ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରିବାର ଅଭିଯୋଗ ଆଧାରରେ ସଦର ଥାନା ରେ ମାମଲା ରୁଜୁ ହୋଇଛି, ଅଭିଯୁକ୍ତ ମାନେ ହେଲେ କେଶର ପୁର ଗ୍ରାମର ରଘୁନାଥ ପ୍ରଧାନ, ସନ୍ତୋଷ କୁମାର ଦୋରା, ବାରବାଟୀ ଗ୍ରାମର ଜିତେନ୍ଦ୍ର ବିଶ୍ୱାଳ, ଖଣ୍ଡୁଗାଁ ର କିଶୋର ଚନ୍ଦ୍ର ଚଇନି ବୋଲି ପୋଲିସ ନିକଟରୁ ସୂଚନା ମିଳିଥିବା ବେଳେ ସଦର ଥାନା ପୋଲିସ ଅନୁସନ୍ଧାନ କରି ଏ ଘଟଣା କୁ ନେଇଉପରୋକ୍ତ ୪ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ଗିରଫ କରି କୋଟ ଚାଲାଣ କରିଛି।


ନୟାଗଡ଼ ରୁ ରଞୀନ କୁମାର ବେହେରା ଙ୍କ ରିପୋର୍ଟ 

Post a Comment

أحدث أقدم
Header ADS