ନୀଳଗିରି , ୦୯/୦୮ :- ବିଶ୍ଵ ଆଦିବାସୀ ଆନ୍ତର୍ଜାତୀୟ ଦିବସ ଅବସରରେ ନୀଳଗିରି ବ୍ଲକର ସଜନାଗଡ ପଞ୍ଚୟତ ର ମାଭୂଦାରଚଣ୍ଡୀ ମନ୍ଦିର ସମ୍ନାରେ ବହୁ ଧୁମ ଧାମ ରେ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ପୂର୍ବାହ୍ନ ସାଢେ଼ ୧୧ଘଟିକା ସମୟରେ ସଜନାଗଡ ଭୂଦାରଚଣ୍ଡୀ ମନ୍ଦିର ସମ୍ମୁଖସ୍ଥ ଉଡାପଡିଆରେ ବାଲେଶ୍ୱର ଜିଲ୍ଲାର ନବ ନିଯୁକ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀଙ୍କ ଆବାହକତ୍ୱରେ ବିଶ୍ଵ ଆଦିବାସୀ ଜନଜାତି ଦିବସ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଆତ୍ମ ନିର୍ଣ୍ଣୟ ପାଇଁ ପରିବର୍ତ୍ତନର ଏଜେଣ୍ଟ ଭାବରେ ଆଦିବାସୀ ଜନଜାତି ଯୁବକଙ୍କ ଭୂମିକା, ଜଳବାୟୁ ଓ ସବୁଜ ପରିବର୍ତ୍ତନର ପଦକ୍ଷେପ ସ୍ୱରୂପ ନ୍ୟାୟ ପାଇଁ ଏକତ୍ରିକରଣ ବିଷୟ ଉପରେ ଉପସ୍ଥିତ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନୀଳଗିରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ସାଲୁ କୁମାର ଟୁଡୁ, ମୁଖ୍ୟବକ୍ତା ମଦନ ମୋହନ ମାଝୀ ମଞ୍ଚାସିନ ରହି ନିଜନିଜର ବକ୍ତବ୍ୟ ରଖିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,୧୧/୧୨ର ଜିଲ୍ଲାପରିଷଦ ସଭ୍ୟା ସୁବର୍ଣ୍ଣl ମଞ୍ଜରୀ ସିଂ, ଓ ରଞ୍ଜିତା ସିଂ, ଛତ୍ରପୁର ସରପଞ୍ଚ ମାଳତୀ ମାର୍ଣ୍ଡି, ସଜନାଗଡ଼ ସରପଞ୍ଚ ପ୍ରଦୀପ ଖାଲପାଳିଆ, କଂlଶ ସରପଞ୍ଚ ରୂପା ସିଂ, ଗରଡ଼ିହି ସରପଞ୍ଚ ଶିବାଜୀ ସିଂ, ଫ୍ରାନ୍ସସିସ ବେକନ ସ, ରବୀନ୍ଦ୍ର ନାୟକ, ଜିତେନ୍ଦ୍ର ହାଁସଦା, ରଘୁନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
إرسال تعليق