Header ADS

୪ ଦିନ ପରେ ବାପା କୋଳକୁ ଫେରିଲା ଝିଅ ସେଲିନା

 


ନୀଳଗିରି, ୨୨/୦୭ :-ନୀଳଗିରି ବ୍ଲକ ଗରଡିହି ପଞ୍ଚାୟତ ଅର୍ଜୁନ ସିଂ ଙ୍କ ୭ ବର୍ଷର ନାବାଳିକା ଝିଅ ସେଲିନା ଚାରିଦିନ ହେବ ନିଖୋଜ ହୋଇଯାଇଥିଲା।ମାଙ୍କ କଥାରେ ରାଗି ସେଲିନା ଘରୁ ରାଗି ପଳେଇଯାଇଥିଲେ।୩ ଦିନ ଚାରିଆଡେ ବୁଲି ବୁଲି ଖୋଜାଖୋଜି କରିବା ପରେ ବରହମପୁର ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ। 
https://fb.watch/lYDZgprSk6/?mibextid=Nif5oz
ତେବେ ଏହି ଖବର ବିଭିନ୍ନ ଗଣମାଧ୍ୟମ ତଥା ଓଡିଶା ଆଦର୍ଶ ଲାଇଭ ୱେବ୍ ଚେନାଲ୍ ରେ ଖବର ପ୍ରସାରଣ ହେବାପରେ କୁଞ୍ଚିବଣିଆ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ଯିଏ ଝିଅ ସେଲିନାକୁ  ରାସ୍ତାରେ ବୁଲୁଥିବା ଦେଖି ଘର କେଉଁଠି ଓ ନାଁ କଣ ପଚାରିଥିଲେ ।ଝିଅଟି ଭୟଭୀତ ହୋଇଥିବାରୁ କିଛି କହିପାରିନଥିଲା। କିଛି ନକହିପାରିବାରୁ ଝିଅଟିକୁ ଘରେ ନେଇ ଖାଇବାକୁ ଦେଇଥିଲେ ଏବଂ ଓଡ଼ଶା  ଆଦର୍ଶ ଲାଇଭ ରେ ଖବର ଦେଖିବା ପରେ ଗତକାଲି ଝିଅକୁ ନେଇ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛନ୍ତି ।ଝିଅକୁ ପାଇ ଅର୍ଜୁନ ଖୁସିରେ ଭାବବିହୋଳ ହୋଇ କାନ୍ଦିପକାଇଥିଲେ । ୪ ଦିନ ପରେ ବାପାର କୋଳକୁ ଫେରିଛି ଝିଅ ସେଲିନା ପରିବାରରେ ଖୁସିର ସୀମା କହିଲେ ନସରେ । ଇଶ୍ବର ଝିଅକୁ ନୂଆ ଜନ୍ମ ଦେଇଛନ୍ତି ବୋଲି କହିଛନ୍ତି ବାପା ଅର୍ଜୁନ।

Post a Comment

Previous Post Next Post
Header ADS