Header ADS

୭୭ତମ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

 




ନୀଳଗିରି, ୨୮/୦୭ :- ଗୁରୁବାର ଦିବା ୧୧ ଟା ସମୟରେନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ଉପସ୍ଥିତ ସମସ୍ତଙ୍କୁ  ସ୍ବାଗତ କରିବା ସହିତ ଶ୍ରୀ ମହାଳିକ ସମସ୍ତଙ୍କୁ ପୂର୍ବ ବର୍ଷ ଗୁଡିକର ସ୍ଵାଧୀନତା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଉପଖଣ୍ଡ ସ୍ତରରେ ସକାଳ ୭.୩୦ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ପତାକା ଉତ୍ତୋଳନ କରାଯିବା ସହିତ ୮.୩୦ ସମୟରେ ନୀଳଗିରି ଥାନା ପଡିଆରେ ଉପଜିଲ୍ଲାପାଳଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯିବାର ନିଷ୍ପତି ନିଆଯାଇଛି।ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ୟାରେଡ ପ୍ରଦର୍ଶନ ପରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହିତ ଛାତ୍ରଛାତ୍ରୀ ଓ କିଛି ସଫଳ ବ୍ୟକ୍ତିତ୍ବଙ୍କୁ ପୁରଷ୍କାର ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି ।ଏହି ବୈଠକରେ ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ,ନୀଳଗିରି ତହସିଲଦାର ରଞ୍ଜନ ବେହେରା ,ବିଡିଓ ରାହୁଲ ମଣ୍ଡଳ,ସ୍ଥାନୀୟ ବୁଦ୍ଧିଜୀବି,ଆଇନଜୀବି,ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା,ରାଜନୈତିକ ନେତୃବୃନ୍ଦ,ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା,ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post
Header ADS