Header ADS

ନୀଳଗିରି ରେ ମିଳିତ ବିରୋଧୀ ଦଳ ପକ୍ଷରୁ ଗଣବିକ୍ଷୋଭ

 


ନୀଳଗିରି, ୨୫/୦୭ - ନୀଳଗିରିରେ  ମିଳିତ  ବିରୋଧୀ ଦଳ ପକ୍ଷରୁ ଆଜି ଦିନ  ଏଗାରଟା  ସମୟରେ ମଣିପୁରର  ଗଣ ହତ୍ୟା, ନାରୀ  ଧର୍ଷଣକୁ ବିରୋଧ କରି ଏକ  ଶୋଭାଯାତ୍ରା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯତ୍ର ନୀଳଗିରି  ବସଷ୍ଟାଣ୍ଡ  ଠାରୁ ଆରମ୍ଭ ହୋଇ  ନୀଳଗିରି ଉପଜିଲ୍ଲାପାଳଙ୍କ  କାର୍ଯ୍ୟଳୟ ଠାରେ ଶେଷ ହୋଇଥଲା। କଂଗ୍ରେସ, ସିପିଆଇ,  ସିପିଆଇ ଏମ୍ ଦଳର  ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଙ୍କ  ନେତୃତ୍ଵରେ ଏହି ଶୋଭାଯାତ୍ରା ବାହାରି  ମୋଦି  ସରକାର  ବିରୋଧରେ  ସ୍ଲୋଗାନ  ଦେବା  ସହିତ ମଣିପୁର ରେ ଘଟୁଥିବା  ବର୍ବରତା ବିରୋଧରେ  ସ୍ଲୋଗାନ ଦେଇ  ଉପଜିଲ୍ଲାପାଳ ଙ୍କ  ଅଫିସ ସମ୍ମୁଖରେ ବିକ୍ଷୋଭ ଓ ସଭା  କରିଥିଲେ । ଏହି ସଭାରେ  କମ୍ଯୁନିଷ୍ଟ  ନେତା  କୈଳାଶ  ପଣ୍ଡା  ଅଧ୍ୟକ୍ଷତା କରିଥିବା  ବେଳେ  ବରିଷ୍ଠ କଂଗ୍ରେସ  ନେତା ତଥା ପୂର୍ବତନ ବିଧାୟକ  ଚିତ୍ତରଞ୍ଜନ  ଷଡଙ୍ଗୀ, ସିପିଆଇ ନେତା  ନିରଞ୍ଜନ ବାରିକ୍, ସିପିଏମ ନେତା  ଯୋଗଦା ନନ୍ଦ ଦାଶ, ନୀଳଗିରି  ବ୍ଲକ କଂଗ୍ରେସ ସଭାପତି  ମନୋରଞ୍ଜନ ପଣ୍ଡା, ଏନଏସି  ସଭାପତି  ଉପେନ୍ଦ୍ର ବେହେରା, ରାଜ୍ୟ  କିଷାନ କଂଗ୍ରେସ ସଂପାଦକ  ଯଶୋଦା ନନ୍ଦ  ସିଂହ, ସିପିଏମ କର୍ମକର୍ତ୍ତା ବିଜୟ ପାତ୍ର ପ୍ରମୁଖ ବହୁ  ନେତୃମଣ୍ଡଳୀ  ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS