Header ADS

ନୀଳଗିରି କୁ ଜିଲ୍ଲା କରିବା ଦାବୀ ନେଇ ମେଳି ବାନ୍ଧିଲେ ନୀଳଗିରି ବାସୀ

 


ନୀଳଗିରି, ୧୦/୦୬-
ନୀଳଗିରି ଏନ୍.ଏ. ସି. କଲ୍ୟାଣ ମଣ୍ଡପ ରେ, ନୀଳଗିରି କୁ ଜିଲ୍ଲା କରିବା ଦାବୀ ନେଇ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଙ୍କ ଆବାହକତ୍ୱ ଓ ରାମଚନ୍ଦ୍ର ବେହେରା ଙ୍କ ସଭାପତିତ୍ଵ ରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ  ବୈଠକ ରେ  ଶ୍ରୀ ଷଡଙ୍ଗୀ ତାଙ୍କର ସ୍ଵାଗତ ଭାଷଣ ରେ ଉପସ୍ଥିତ ବୁଦ୍ଧିଜୀବୀ , ଆଇନଜୀବୀ , ବର୍ଷୀୟାନ ରାଜନେତା , ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଦସ୍ୟ ତଥା ସାଧାରଣ ଜନତା ଙ୍କୁ ସ୍ବାଗତ ଜଣାଇବା ସହିତ, ନୀଳଗିରି ଭଳି  ଏକ ଗଡ଼ଜାତ ରାଜ୍ୟ ଭାରତ ବର୍ଷ ରେ ପ୍ରଥମେ ମିଶିତ୍ର ହୋଇ ଇତିହାସ ରେ ନିଜର ନାମ କୁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ କରି ପାରିଛି। ଏହି ମିଶ୍ରଣ ର ଚୁକ୍ତିନାମା ରେ ନୀଳଗିରି ବାସୀ ଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା କଥା ଉଲ୍ଲେଖ ଥିବା କୁହା ଯାଇଛି। କିନ୍ତୁ , ଆଜି ନୀଳଗିରି ବାସୀ ସେସବୁ ରୁ ବଞ୍ଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟିଏ ଛୋଟ ଗଡ଼ଜାତ ରାଜ୍ୟ କୁ ନୀଳଗିରି ବାସୀ ଙ୍କ ସ୍ୱାଭିମାନ ପାଇଁ, ଏହାକୁ ଜିଲ୍ଲା ଘୋଷଣା କରିବା ପାଇଁ, ରାଜ୍ୟ ସରକାରଙ୍କ ଠାରେ ସାମୁହିକ ଆନ୍ଦୋଳନ ର ଆବଶ୍ୟକତା ରହିଛି ବୋଲି  କହିଥିଲେ। ରାଜ୍ୟ ସରକାର ଙ୍କ ନୂତନ ଜିଲ୍ଲା ଗଠନ ନିମିତ୍ତ ନୋଟିଫିକେସନ୍ ପରେ, ସେ ଏକ ଦରଖାସ୍ତ  ଆର୍ ଡି ସି ଙ୍କ ପାଖେ ଦେଇଥିବା କଥା ପ୍ରକାଶ କରିଥିଲେ। ଉକ୍ତ ସଭା ରେ ଉପସ୍ଥିତ ବର୍ଷୀୟାନ ସାମ୍ୟବାଦୀ ନେତା ତଥା ସମାଜ ସେବୀ କୈଳାଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ସମ୍ବୋଧନ କରି କହିଥିଲେ, ନୀଳଗିରି ଗଡ଼ଜାତ ର ମାଟି, ଆମେ ଏ ଗଡ଼ଜାତ ର ସନ୍ତାନ ,  ଏବଂ ତାର ସ୍ୱାଭିମାନ ପାଇଁ ଏହାକୁ ଜିଲ୍ଲା କରିବା ଦାବି ରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ସହଯୋଗ କରନ୍ତୁ।  ଶେଷରେ ସଭାପତି ରାମଚନ୍ଦ୍ର ବେହେରା ତାଙ୍କ ବକ୍ତବ୍ୟ ରେ କହିଥିଲେ, ଆମ୍ଭେ ମାନେ ଜୀବନ ର ଶେଷ ପାହାଚ ରେ ପାଦ ଥାପି ଲୁଣି। ନୀଳଗିରି ର ବୁଦ୍ଧିଜୀବୀ , ଆଇନ୍ ଜୀବି ଯୁବକ ମାନେ ଏଥି ପାଇଁ ଆଗଭର ହୁଅନ୍ତୁ , ନୀଳଗିରି କୁ ଜିଲ୍ଲା ର ମାନ୍ୟତା ମିଳୁ ଏବଂ ନୀଳଗିରି ର ସ୍ୱାଭିମାନ କୁ ବଞ୍ଚାଇ ରଖିବା ପାଇଁ ଆମ୍ଭକୁ ରାଜ୍ୟ ସରକାର ଙ୍କ ସହିତ ଲଢ଼ିବାକୁ ପଡ଼ିବ।  ନୀଳଗିରି ର ଭୌଗଳିକ ପରିବେଶ, ଅଧିବାସୀ , ତଥା ସବୁ ଦୃଷ୍ଟି କୋଣରୁ ଏହା ନିଶ୍ଚିତ ଭାବରେ ଏକ ଜିଲ୍ଲା ହେବା ପାଇଁ ଯୋଗ୍ୟ ବିବେଚିତ ହେବ, ଏଥିରେ ଦ୍ଵିମତ ନାହିଁ । ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନୀଳଗିରି ବାସୀ ଙ୍କ ର ଏହି ଦାବି କୁ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟ ରେ ଗୌରାଙ୍ଗ ପ୍ରସାଦ ପଟ୍ଟନାୟକ , ବଞ୍ଚା ନିଧି ପାତ୍ର , ସୁରେଶ ଚନ୍ଦ୍ର ଦାସ , ସୁରେନ୍ଦ୍ର ନାଥ ସ , ଦୀନବନ୍ଧୁ ମଲିକ , ଗିରିଧାରୀ ବେହେରା , ନାରାୟଣ ପ୍ରସାଦ ଜେନା , ନିରଞ୍ଜନ ପ୍ରସାଦ ବାରିକ୍ , ଭାସ୍କର ଚନ୍ଦ୍ର ମହାନ୍ତି , ଗଦାଧର ପରିଡା , ପରମାନନ୍ଦ ପାତ୍ର, ସୁଦର୍ଶନ ବିଶ୍ଵାଳ ,  ରାଧା ଗୋବିନ୍ଦ ଖଟୁଆ , ସୁନିଲ ଚନ୍ଦ୍ର ପ୍ରଧାନ ,  ସୁବାସିନି ପଣ୍ଡା ,  ସନ୍ତୋଷ କୁମାର ବାରିକ , କରୁଣାକର ଭୂୟାଁ , କରୁଣା ନାୟକ , ପ୍ରଫୁଲ୍ଲ ବେହେରା , ପ୍ରଫୁଲ୍ଲ ମହାନ୍ତି , ହରେକୃଷ୍ଣ ମିଶ୍ର , ବିକ୍ରମ କେଶରୀ ମିଶ୍ର , ବୋବି ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିବା ଦେଖା ଯାଇଛି।

Post a Comment

Previous Post Next Post
Header ADS