Header ADS

ନୀଳଗିରି ନିମ୍ସ (NEMS)ପରିସରରେ ଦଶମ ଅନ୍ତର୍ଜାତିକ "ଆର୍ଟ ଅଫ ଗିଭିଂ "ଦିବସ ପାଳିତ



ନୀଳଗିରି ,୧୭/୦୫ :-  ନୀଳଗିରି ଇଂରାଜୀ ମିଡିଅମ ସ୍କୁଲ ପରିସରରେ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ କୀଟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଦଶମ ଅନ୍ତର୍ଜାତୀକ "ଆର୍ଟ ଅଫ ଗିଭିଂ "ଦିବସ ପାଳିତ ହୋଇଯାଇଛି।  

ନୀଳଗିରି ଇଂରାଜୀ ମିଡ଼ିଅମ  ସ୍କୁଲ୍ ର ପ୍ରତିଷ୍ଠାତା. ଗଦାଧର ବେହେରାଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ମମତା ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବାବାପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅକ୍ଷୟ କୁମାର ପାଣିଗ୍ରାହୀ କିଟ ବିଶ୍ୱବିଦ୍ୟାଳୟ ଏବଂ"ଆର୍ଟ ଅଫ ଗିଭିଂ "ର ଆଭିମୁଖ୍ୟ ଜଣାଇଥିଲେ।


ଏଥିରେ ଜଗା ବିନ୍ଧାଣୀ , ଦଶରଥ ମୁର୍ମୁ , ଉଷାମୁଖୀ , ଲକ୍ଷ୍ମୀ ପ୍ରିୟ ବଇଠା, ମଧୁସ୍ମିତା ବଇଠା , ମହେଶ୍ୱର ଜେନା , କୈଳାଶ ସିଂ, ତପସ୍ୱିନୀ ସିଂ, କାଜଲ ସିଂ , ସୁଭଦ୍ରା ସିଂ, ଫୁଲ ସିଂ  ଏବଂ ବବିତା ବେହେରା ଇତ୍ୟାଦି ବାରଜଣ ଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା।ଏଥିରେ ସମାଜସେବୀ ଟୁନୁ ପଟ୍ଟନାୟକ ଧନ୍ୟ ବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକକର୍ମଚାରୀ ମାନେ ସହଯୋଗ କରିଥିଲେ।


Post a Comment

Previous Post Next Post
Header ADS