Header ADS

ନୀଳଗିରି ବଜାରରେ ଗ୍ରାହକ ମାନଙ୍କୁ ସଠିକ୍ ବିଲ୍ ଦେଉନାହାନ୍ତି ଦୋକାନୀ , ଅସୁବିଧା ବେଳେ କାମ ଦେଉନି କଥାକୁହା ବିଲ୍

 


ନୀଳଗିରି,୧୨/୦୫ :- ନୀଳଗିରି ବଜାରରେ ଦିନକୁ ଦିନ ଦୋକାନ ବୃଦ୍ଧି ହେବାରେ ଲାଗିଛି। ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମଧ୍ୟ ବେପାରୀ ମାନଙ୍କୁ ବିଭିନ୍ନ ଜାଗାରେ ଘର କରି ଭଡ଼ା ଦିଆଯାଉଛି ଯେମିତି ବେପାରୀ ତାଙ୍କର ଭଲ ରୋଜଗାର କରିପାରିବେ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ କରିପାରିବେ। ହେଲେ ନୀଳଗିରି ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ନୂଆ ଏବଂ ପୁରୁଣା ଦୋକାନ ମାନଙ୍କରେ ଏବେବି ଗ୍ରାହକ ମାନଙ୍କୁ ବିଲ ଦେଉନାହାନ୍ତି ଫଳରେ ଗ୍ରାହକ ମାନେ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟ ସରକାରଙ୍କ ଆୟକର ବିଭାଗ ପକ୍ଷରୁ ନୀଳଗିରି କୁ ଯାଞ୍ଚ ପାଇଁ ଆସିଲେ ଅଧିକାଂଶ ଦୋକାନ ମାଲିକ ଦୋକାନକୁ ବନ୍ଧ କରିଦେଉଛନ୍ତି ଫଳରେ ସଠିକ୍ ଯାଞ୍ଚ ମଧ୍ଯ ହେଇପାରୁନି। ତେବେ ଗ୍ରାହକ ମାନେ ବିଲ ମାଗିଲେ ମଧ୍ଯ କିଛି ଦୋକାନ ମାଲିକ ଆମେ ଅଛେ କିଛି ଅସୁବିଧା ହେବନି କହି ଟ୍ୟାକ୍ସ ଫାଙ୍କୁଛନ୍ତି।

ତେବେ ନୀଳଗିରି ଅଞ୍ଚଳରେ ସଠିକ୍ ଭାବେ ଆୟକର ବିଭାଗ ପକ୍ଷରୁ ତଦାରଖ କରାଗଲେ ଗ୍ରାହକ ମାନେ ଦେଉଥିବା ଅର୍ଥର ସଦୁପଯୋଗ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS