Header ADS

ଶୁଭେନ୍ଦୁଙ୍କ ମହତ ଦାନରେ ଫୁଲରେ ସୁସଜ୍ଜିତହେବ ବଡଦେଉଳ ସହ ମା ଲକ୍ଷ୍ମୀ ମନ୍ଦିର l

 


ନୀଳଗିରି ,୨୮/୦୫  :- ନୀଳଗିରି ଜଗନ୍ନାଥ ମନ୍ଦିର ଓ ମା ଲକ୍ଷ୍ମୀମନ୍ଦିର ସହ ସିଂହଦ୍ୱାର କୁ ସମ୍ପୂର୍ଣ ଫୁଲରେ ସୁସଜ୍ଜିତ କରାଯିବ l ମନ୍ଦିର ପରିସରରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସହ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ରବିବାର ୨୮ତାରିଖ ଠାରୁ ୩୧ତାରିଖ ବୁଧବାର ପର୍ଯ୍ୟନ୍ତ ଚାଲୁରହିଥିବା ଜଣାଯାଇଛି । ଏହି ଶୁଭକାର୍ଯ୍ୟରେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ବହୁ ଦାନ ଧର୍ମ କରୁଥିବା ବେଳେ ରାଜ୍ୟ ବିଜୁ ଯୁବଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ନିଜ ଅର୍ଥରେ ସମଗ୍ର ଜଗନ୍ନାଥ ମନ୍ଦିର ଓ ନବ ନିର୍ମିତ ଲକ୍ଷ୍ମୀ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରିବାକୁ ସହାୟତାର ହାତ ବଢ଼ାଇଛନ୍ତି । ତାଙ୍କର ଏତାଦୃଶ କାର୍ଯ୍ୟକୁ ବହୁ ଶ୍ରଦ୍ଧାଳୁ, ଭକ୍ତ ଏବଂ ବୁଦ୍ଧିଜିବି ମାନେ ପ୍ରଶଂସା କରିଛନ୍ତି ।


Post a Comment

Previous Post Next Post
Header ADS