ନୀଳଗିରି - ୨୮/୦୫ :- ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପ ଗ୍ରାମର ପୋଖରୀରେ ଗୋଡ ଖସିଯିବାରୁ ଜଣେ ଯୁବତୀର ମୃତ୍ୟୁ ଘଟିଛି । ସୂଚନାଅନୁଯାଇ ରବିବାର ଅପରାହ୍ନ ପ୍ରାୟ ୪ଘଟିକା ସମୟରେ ଗୋପ ଗ୍ରାମର ୧୭ ବର୍ଷୀୟା ଯୁବତୀ ଦୀପ୍ତ୍ତିମୟୀ ମଲ୍ଲୀକ ନିକଟସ୍ଥ ପୋଖରୀକୁ ବାସନ ଧୋଇବାକୁ ଯାଇଥିଲେ । ତେବେ ଅସାବଧାନତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। କିଛି ସମୟ ପରେ ପାଣିରେ ଭାସୁଥିବାର ଦେଖି କିଛି ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତୁରନ୍ତ ନୀଳଗିରି ଡାକ୍ତରଖାନା କୁ ଆଣିଥିଲେ ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସୋମବାର ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଏହି ଖବର ଶୁଣି ସମଗ୍ର ଗୋପ ଗ୍ରାମରେ ଶକାକୁଳ ପରିବେଶ ସୃଷ୍ଟି ହୋଇଛି।
Post a Comment