Header ADS

ଗଡ଼ମା ବଜାର ଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ୧୬ଲକ୍ଷ ୪୪ ହଜାର ଟଙ୍କା ଲୁଟ

 


କିଶୋର ନଗର,୧୦/୦୫ :
କିଶୋର ନଗର ଥାନା ଅଧିନସ୍ଥ କଟକ ପାରାଦ୍ୱୀପ ରାଜ୍ୟ ରାଜପଥର ସ୍ଥାନୀୟ ଗଡ଼ମା ବଜାର ର ଥିବା ବିଶ୍ୱନାଥ ମାର୍କେଟ କମ୍ପ୍ଲେକ୍ସ ଆକ୍ସିସ ବ୍ୟାଙ୍କ ଏଟିଏମ୍ କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି lଏହି ଲୁଟ ସମ୍ପର୍କରେ ଖବର ପାଇ ଆକ୍ସିସ ବ୍ୟାଙ୍କ କର୍ତ୍ତୃପକ୍ଷ ଫୋନ ଯୋଗେ କିଶୋରନଗର ଥାନାକୁ ଜଣାଇଥିଲେ l

କିଶୋରନଗର ଥାନା ଆଇଆଇସି ରଶ୍ମିରଂଜନ ଦାସ, ସାଲେପୁର ଏସଡିପିଓ ବିମଳ ବାରିକ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ବ୍ୟାପକ ଛାନଭିନ ଆରମ୍ଭ କରିବା ସହିତ କଟକରୁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଜାରି ରଖିଛନ୍ତି l ସେପଟେ ୧୨ଘଣ୍ଟା ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ ଟେର ପାଉନାହିଁ ପୁଲିସ l ତେବେ ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଂଚଳ ର ଦୁଇଜଣ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଛି ।

Post a Comment

Previous Post Next Post
Header ADS