Header ADS

ପିଚାସ ବାପା ନିଜର ଶିଶୁ କନ୍ୟାକୁ ବିଷ ଦେବା ଘଟଣାରେ ନୂଆ ମୋଡ଼ ।


ଓଡ଼ିଶା ଆଦର୍ଶ ବ୍ୟୁରୋ :- ଶିଶୁ କନ୍ୟା ଜନ୍ମ ହେବାରୁ ପିଚାସ ସାଜିଲା ବାପା। ଆଜି ଏକୋଇଶିଆ ଥିବାବେଳେ ଗତ କାଲି ଝିଅକୁ କୀଟନାଶକ ଇଞ୍ଜେକ୍ସନ ଦେଇ ମାରିବାକୁ ଉଦ୍ୟମ କରିଛି ବାପା। ୨୦ ଦିନର କଅଁଳ ଶିଶୁଟି ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଅନ୍ୟପଟେ ହୃଦୟହୀନ ପିଚାସ ବାପାକୁ ପୋଲିସ ଅଟକ ରଖିଛି। ହତ୍ୟା ଉଦ୍ୟମ କରିଥିବା ନିଷ୍ଠୁର ପିଚାସ ବାପା ଜଣକ ହେଲେ ବାଲେଶ୍ବର ସହର ମଲ୍ଲିକାଶପୁର ର ଚନ୍ଦନ ମହାର୍ଣ୍ଣା। 
ଆଜି ଏହି ହତ୍ୟା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଝିଅ ଜନ୍ମ ପାଇଁ ନୁହଁ ବରଂ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁଆ ମୋର ନୁହେଁ ବୋଲି କହି ଛୁଆକୁ ମାରିବାକୁ ଉଦ୍ୟମ କରିଥିଲେ  ଝିଅର ବାପା ଚନ୍ଦନ ମହାର୍ଣ୍ଣା । ହତ୍ୟା କାଣ୍ଡକୁ ନେଇ ନୂଆ ମୋଡ଼ ।ଏନେଇ  ଏସ ପି ସାଗରିକା ନାଥ ଏକ ପ୍ରେସମିଟ ଡାକି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଗୁରୁତର ଥିବା ଶିଶୁ କନ୍ୟା ଦୁଇଦିନ ବାଲେଶ୍ୱରରେ ଚିକିତ୍ସିତ ହେବାପରେ ଉନ୍ନତ ଚିକିତ୍ସା ପାଇଁ ଆଜି କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନୀଳଗିରି ଥାନା ଅନ୍ତର୍ଗତ ଶିଶୁ କନ୍ୟାର ମାମୁଁ ଘର ସିଙ୍ଗିରି ଗ୍ରାମର ଘଟିଛି ଘଟଣା। ଅଭିଯୁକ୍ତ ବାପା ଚନ୍ଦନ କୁମାର ମହାର୍ଣ୍ଣାଙ୍କୁ ନୀଳଗିରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସପି ସାଗରିକା ନାଥ।  
ତେବେ ୨୦୨୨ ମସିହା ରେ ନୀଳଗିରି ଥାନା ଅଧିନସ୍ଥ ସିଙ୍ଗିରି ଗ୍ରାମର ଗଦାଧର ସିଂହଙ୍କ ଝିଅକୁୁ ବୈଦିକ ରୀତିରେ ବିବାହ କରିଥିଲେ ଚନ୍ଦନ।

Post a Comment

Previous Post Next Post
Header ADS