Header ADS

ଭୟଙ୍କର ଦୁର୍ଘଟଣା, ଜଣେ ମୃତ ପାଞ୍ଚ ଗୁରୁତର।

 


କେନ୍ଦୁଝର,୩୦/୦୫ :- କେନ୍ଦୁଝର ଜିଲ୍ଲା ଘଟଗାଁ ହରିଚନ୍ଦନପୁର ରାସ୍ତାର ପାଉଚିଆ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ଘଟଗାଁ ଥାନା ଛୁଟରାୟପୁର ଗ୍ରାମର ରମେଶ ମୁଣ୍ଡା । 

ମୃତ ରମେଶ ସହ ଛୁଟରାୟପୁର ଗ୍ରାମର ଅନ୍ୟ ଦୁଇ ଜଣ ଏକ ବାଇକ୍ ରେ ଘଟଗାଁ ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ୩ ଜଣ ଯୁବକ ଆସୁଥିବାବେଳେ ପାଉଚିଆ ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକରେ ଥିବା ୬ ଜଣ ଛିଟିକି ପଡ଼ିଥିଲେ । 

ଘଟଣାସ୍ଥଳରେ ରମେଶ ଚନ୍ଦ୍ର ମୁଣ୍ଡାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦୁଇଟିକୁ ଜବତ କରିବା ସହ ହରିଚନ୍ଦନପୁର ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି

Post a Comment

Previous Post Next Post
Header ADS