ନୀଳଗିରି, ୨୯/୦୫ :- ଅଘୋଷିତ ବିଦ୍ୟୁତ କାଟକୁ ନେଇ ନୀଳଗିରି ଟାଟା ପାୱାରର ନୀଳଗିରି ସେକ୍ସନ ଜେଇ ପାର୍ଥସାରଥୀ ବାରିକଙ୍କୁ ମାଡ଼ । ୧୦ରୁ ୧୨ ଜଣ ଲୋକ ଆକ୍ରମଣ କରିଥିବା ଅଭିଯୋଗ । ବିବାହ ଭୋଜି ଖାଇ ଫେରିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ ଗତକାଲି ରାତିରେ ନୀଳଗିରି ବିଦ୍ୟୁତ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ତାଙ୍କ ସହ କିଛି ବିଦ୍ୟୁତ କର୍ମଚାରୀ ଏକ ବିବାହ ଭୋଜି ଖାଇ ଫେରିବା ବେଳେ ବରିସାହି ନିକଟ ମନସା ମନ୍ଦିର ଠାରେ କିଛି ଲୋକେ ତାଙ୍କୁ ଅଟକାଇ ଥିଲେ । ବିଜୁଳି କାଟ ନେଇ ଯୁକ୍ତି କରିବା ସହ ଆକ୍ରମଣ କରି ନିର୍ଦ୍ଧୁମ ମାଡ଼ ମାରିଥିଲେ ଫଳରେ ଜେଇ ଆହତ ହୋଇଥିଲେ। ଆହତ ଅବସ୍ଥାରେ ପ୍ରଥମେ ନୀଳଗିରି ଡାକ୍ତରଖାନା କୁ ନିଆଯାଇଥିଲା ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ଜେଇ । ତେବେ ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ଛି ।
إرسال تعليق