ଓଡ଼ିଶା ଆଦର୍ଶ ବ୍ୟୁରୋ : ୨୦୦୦ ଟ ମହଙ୍ଗା ପଡ଼ିଲା ୨୦୦୦ ଟଙ୍କିଆ ନୋଟ ବଦଳାଇବା ଙ୍କିଆ ନୋଟ ପ୍ରତ୍ୟାହାରର ବଡ଼ ପ୍ରଭାବ । ଜଙ୍ଗଲରୁ ବ୍ୟାଙ୍କ ଧାଉଁଛନ୍ତି ମାଓବାଦୀ । ମାଓବାଦୀଙ୍କ ପାଖରେ ରହିଥିବା ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ବ୍ୟାଙ୍କ ଧାଉଛନ୍ତି ମାଓବାଦୀ । ୬ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ନେଇ ବ୍ୟାଙ୍କରେ ଡିପଜିଟ କରିବା ମାଓବାଦୀଙ୍କୁ ମହଙ୍ଗା ପଡ଼ିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ସୂଚନା ମୁତାବକ ଦୁଇଜଣ ମାଓବାଦୀ ସାଧାରଣ ବ୍ୟକ୍ତିଙ୍କ ବେଶରେ ୬ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ବିଡା ନେଇ ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରିବାକୁ ଆସିଥିଲେ । ତେବେ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ସମୟରେ ଗୁଇନ୍ଦା ସୂଚନା ପାଇ ବିଜାପୁର ଏସପିଙ୍କ ନେତୃତ୍ବରେ ଡିଆରଜିର ଯବାନ ଦୁଇ ଜଣ ମାଓନେତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେଦୁଇ ମାଓ ନେତାଙ୍କଠାରୁ ୬ ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସବୁକ ଜବତ ହୋଇଛି । ଅଧିକା ପଚରା ଉଚରା ଜାରି ରଖିଛି ପୋଲିସ ।
Post a Comment