ଭୋଗରାଇ,୦୨/୦୪/୨୩ :- ଆସନ୍ତାକାଲି ଠାରୁ ଆରମ୍ଭ ହେବ ଚନ୍ଦନେଶ୍ଵର ଚଡ଼କ ମେଳା। ରାଜ୍ୟର ତୃତୀୟ ବୃହତ୍ ମେଳା ତଥା ପୂର୍ବଭାରତର ପ୍ରସିଦ୍ଧ ଚଡ଼କ ମେଳା ପାଇଁ ସମସ୍ତେ ତତ୍ପର। ଏହି ମେଳା ପାଇଁ ଆଉଏକ ଆକର୍ଷଣ ହେଉଛି ୨ଟି ଥମ୍ବିକାଠ। ମହାଦେବଙ୍କ ଆଜ୍ଞାମାଳ ନେଇ ସେବାୟତ ମାନେ କାଠ ଚିହ୍ନଟ କରିଛନ୍ତି। ତାହା ଆସନ୍ତା ଶନିବାର ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯିବ ବୋଲି ଟ୍ରଷ୍ଟବୋର୍ଡର ମୈରସି ତପନ ପଣ୍ଡା କହିଛନ୍ତି।
ସୋମବାର ୧୧ଅର୍ଘରୁ ଚନ୍ଦନେଶ୍ଵର ଚଡ଼କ ମେଳା ଶୁଭାରମ୍ଭ ହେବାକୁ ଯାଉଛି। ଏହି ଦିନ ପାଟଭକ୍ତ ହରିଶ ଚନ୍ଦ୍ର ସାହୁଙ୍କ ସହିତ ଦେଉଳିଆ ମାନେ ଉପବିତ ଧାରଣ କରି ଗାଁ କୁ ଯାଇ କଡା ବାଉଁଶ ଚିହ୍ନଟ କରିବେ। ପର୍ବର ଦ୍ଵିତୀୟ ଅର୍ଘ୍ୟ ଦିନ ପାଳିତ ହେବାକୁ ଥିବା ନୀଳ ପର୍ବରେ ନୀଳ ପୋଖରୀରୁ ଥମ୍ବିକାଠ ଦୁଇଟିକୁ ଉଠାଇ ମନ୍ଦିରର ଦକ୍ଷିଣ ପଟେ ରଖି ତାହାକୁ ଶିବ ଦୁର୍ଗା ମନେ କରି ପୂଜା ଅର୍ଚ୍ଚନା କରାଯାଇଥାଏ। ସୂଚନା ମିଳେ ଯେ ଦୀର୍ଘବର୍ଷ ତଳର ମନ୍ଦିରର ଥମ୍ବିକାଠ ନଷ୍ଟ ହୋଇଯାଇ ଥିବରୁ ନୂତନ କରାଯିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ମନ୍ଦିରର ମୈରସିଙ୍କ ସମେତ କୂଳ ପୁରୋହିତ ଅସିତ୍ ମିଶ୍ର, ବରିଷ୍ଠ ସେବାୟତ ପ୍ରଫୁଲ୍ଲ ପଣ୍ଡା, ହୁଗୁଳି ସମିତି ସଭ୍ୟ ଗୋବିନ୍ଦ ଦାସ ପ୍ରମୁଖ ଜଳେଶ୍ଵର ରାଇବଣିଆ ସ୍ଥିତ ପୁରୁଣାପାଣି ଗାଁର ବୀରକିଶୋର ଦାଶଙ୍କ ବାଡ଼ିରେ ଦୁଇଟି ଶାଳଗଛ ଚିହ୍ନଟ କରିଛନ୍ତି।
إرسال تعليق